
ଭଦ୍ରକ, ୨୯ ଅକ୍ଟୋବର (ହି.ସ.) - ବ୍ଲକ ପରିସର ର ବର୍ଷା ଜଳ ନିଷ୍କାସନ ବ୍ୟବସ୍ତା ପ୍ରତି ବିଡ଼ିଓ ଗୁରୁତ୍ୱ ଦେଉନଥିବାରୁ ଏହି ପାଣି ବ୍ଲକ ସମ୍ମୁଖରେ ରେ ଥିବା ବାବା ଶନିଶ୍ଚର ମନ୍ଦିର ରେ ପ୍ରବେଶ କରୁଅଛି। ଏହା ସ୍ଥାନୀୟ ଶନି ଭକ୍ତ ମାନଙ୍କୁ ବ୍ୟଥିତ କରୁ ଥିବାରୁ ପୂର୍ବତନ ବ୍ଲକ ଅଧକ୍ଷା ମଞ୍ଜୁଶ୍ରୀ ବେହେରା ବ୍ଲକ ର ସମ୍ମୁଖଗେଟ ରେ କା ଓ କେଚର ନିର୍ମାଣ ପାଇଁ ସମିତି ରେଜଲେସନ ରେ ସ୍ଥାନିତ କରି ଅର୍ଥ ବରାଦ କରି ଯାଇଥିଲେ। ଯ ଦ୍ୱାରା ବ୍ଲକ ହତା କୁ ଗାଈ ଗୋରୁ ଯିବେ ନାହିଁ ଓ ପରିସର ଉଦବୃତ ଜଳ ଏହି ବ୍ୟବସ୍ତା ଦ୍ୱାରା ଜ ନାଳ ରେ ପଡ଼ି ପାରନ୍ତା। କିନ୍ତୁ ଅଢେଇ ବର୍ଷ ବିତି ଥିଲେ ମଧ୍ୟ ବିଡ଼ିଓ ଏ ଦିଗ ରେ ଦୃଷ୍ଟି ଦେଉନାହାନ୍ତି ବୋଲି ପୂଜକ ନାରାୟଣ ପଣ୍ଡା, ବୀରେନ୍ଦ୍ର ମହାପାତ୍ର, ଦିବ୍ୟ ଜ୍ୟୋତି ମହାପାତ୍ର, ନଟିଆ ଜେନା, ବୁଲୁ ମହାପାତ୍ର, ଶରତ ପଳାଇ ପ୍ରମୁଖ ମତ ଦେଇଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ