ରାଇକଳା ପରମ ଆନନ୍ଦ ଭାଗବତ ଟୁଙ୍ଗିରେ ସାପ୍ତାହିକ ଭାଗବତ ପାରାୟଣ ଉଦଯାପନ ପର୍ବ
କେନ୍ଦୁଝର, ୨୯ ଅକ୍ଟୋବର (ହି.ସ.) - ସାପ୍ତାହିକ ଭାଗବତ ପାରାୟଣ ଉଦଯାପନ ଅବସରରେ ପ୍ରାତଃ ଆଳତି ପରେ ସୂର୍ଯ୍ୟ ପୂଜା, ଗୁରୁ ପୂଜା ଓ ସର୍ବଦେବମୟୀ ଗୋମାତାଙ୍କ ପୂଜା ଯଥାବିଧି ଅନୁଷ୍ଠିତ ହେଲା। ଆଚାର୍ଯ୍ୟ ଦାଶରଥି ପ୍ରଧାନ ଭଗବଦ୍ ଗୀତା,ଗୋପାଳ ସହସ୍ରନାମ ତଥା ହନୁମାନ ଚାଳିଶା ପାଠ କଲେ। ପରିଶେଷରେ ଭାଗବ
ରାଇକଳା ପରମ ଆନନ୍ଦ ଭାଗବତ ଟୁଙ୍ଗିରେ ସାପ୍ତାହିକ ଭାଗବତ ପାରାୟଣ ଉଦଯାପନ ପର୍ବ


କେନ୍ଦୁଝର, ୨୯ ଅକ୍ଟୋବର (ହି.ସ.) - ସାପ୍ତାହିକ ଭାଗବତ ପାରାୟଣ ଉଦଯାପନ ଅବସରରେ ପ୍ରାତଃ ଆଳତି ପରେ ସୂର୍ଯ୍ୟ ପୂଜା, ଗୁରୁ ପୂଜା ଓ ସର୍ବଦେବମୟୀ ଗୋମାତାଙ୍କ ପୂଜା ଯଥାବିଧି ଅନୁଷ୍ଠିତ ହେଲା। ଆଚାର୍ଯ୍ୟ ଦାଶରଥି ପ୍ରଧାନ ଭଗବଦ୍ ଗୀତା,ଗୋପାଳ ସହସ୍ରନାମ ତଥା ହନୁମାନ ଚାଳିଶା ପାଠ କଲେ। ପରିଶେଷରେ ଭାଗବତ ପାରାୟଣ ଆରମ୍ଭ କରାଗଲ। ଆଚାର୍ଯ୍ୟ ଦାଶରଥି ପ୍ରଧାନ,ସଞ୍ଜୟ ପଣ୍ଡା,ତନ୍ମୟ ପଣ୍ଡା , ଗୋପାଳ ଦାସ,ଶ୍ରୋତା ନବୀନ ବାରିକ,ବାସନ୍ତୀ ବେହେରା ଭାଗବତ ପାଠ କରିଥିଲେ। ମୁଖ୍ୟ ଶ୍ରୋତା ଜିତେନ୍ଦ୍ର ବେହେରା ଓ ତାଙ୍କର ଧର୍ମପତ୍ନୀ ନନ୍ଦିତା ବେହେରା, ନବୀନ ବାରିକ ଓ ତାଙ୍କର ଧର୍ମପତ୍ନୀ ମଞ୍ଜୁ ବାରିକ ଏବଂ ବାସନ୍ତୀ ବାରିକ, ବେହେରା ପରିବାର ବର୍ଗ, ରାଇକଳା ଗ୍ରାମବାସୀ ତଥା କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ସଂସ୍କୃତି ବିଭାଗ ଜିଲ୍ଲା ସଂଯୋଜକ ତଥା ଯୋଡା ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଦଶରଥ ବାରିକ, ପାଟଣା ବ୍ଲକର ହର୍ଷ ସେଠୀ , ହରିଚନ୍ଦନପୁର ବ୍ଲକର ଅଭିମନ୍ୟୁ ବେହେରା, ମୟୂରଭଞ୍ଜ ଜିଲ୍ଲା ଶୁକୃଳି ନିବାସୀ ଶୁଦ୍ଧ ମହାକୁଡ ପ୍ରମୁଖ ଭାଗବତ ପ୍ରେମୀ ଭକ୍ତମାନେଏକାଦଶ ସ୍କନ୍ଧରେ କର୍ମ ଯୋଗ,ଭକ୍ତି ଯୋଗ ଓ ଜ୍ଞାନ ଯୋଗ ସାଧନର ନିୟମ, ସମ୍ୱାଦି ତିନ ଗୁଣର ବୃତି ନିରୂପଣ, ଭାଗବତ ଧର୍ମ ନିରୂପଣ, ଉଦ୍ଧବଙ୍କ ବଦ୍ରିକା ଗମନ, ଭଗବାନଙ୍କ ସ୍ୱଧାମ ଗମନ ଏବଂ ଦ୍ୱାଦଶ ସ୍କନ୍ଧରେ କଳିଯୁଗର ଧର୍ମ,ରାଜା ପରୀକ୍ଷିତଙ୍କୁ ଶୁକଦେବଙ୍କ ଅନ୍ତିମ ଉପଦେଶ ତଥା ଶୁକଦେବଙ୍କର ପରମ ଗତି ଆଦି ପ୍ରସଙ୍ଗ ଶ୍ରଦ୍ଧା ଓ ଭକ୍ତିର ସହିତ ଶ୍ରବଣ କରିଥିଲେ। ଭାଗବତ ଭଗବାନଙ୍କ ଅପାର କରୁଣାରୁ ନିର୍ଦ୍ୱନ୍ଦ ନିର୍ବିଘ୍ନରେ ଭାଗବତ ପାରାୟଣ ସମ୍ପୂର୍ଣ କରି ବିଶ୍ୱ ଶାନ୍ତି ପାଇଁ ସାମୁହିକ ପ୍ରାର୍ଥନା କରି ପୂର୍ଣ୍ଣାହୁତି ଯଜ୍ଞ ଅନୁଷ୍ଟିତ ହୋଇଥିଲା ଏବଂ ପୂଜ୍ୟ ପୂଜା ପରମ୍ପରା ଅନୁଯାୟୀ ଟୁଙ୍ଗି ସଭାପତି ଜିତେନ୍ଦ୍ର ବେହେରା ଗ୍ରାମର ବୟୋଜ୍ୟେଷ୍ଠ ମାନଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କଲେ। ପରିଶେଷରେ ପରମ ଆନନ୍ଦ ଭାଗବତ ଟୁଙ୍ଗିର ସୁପରିଚାଳନା ପାଇଁ ଗଣନାଥ ବାରିକଙ୍କୁ ନୂତନ ସଭାପତି ରୂପେ ମନୋନୀତ କରି ଭାଗବତ ଗ୍ରନ୍ଥ ଅର୍ପଣ ପୂର୍ବକ ଜିଲ୍ଲା ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ ଶପଥ ପାଠ କରାଇଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande