ବ୍ଲକ୍ ସ୍ତରୀୟ ବିଜେପି ମିଶ୍ରଣ ପର୍ବ
ସମ୍ବଲପୁର/ ନୁଆପଡା, ୨୯ ଅକ୍ଟୋବର(ହି.ସ.) – ନୂଆପଡା ବିଧାନସଭା ଉପନିର୍ବାଚନରେ ବିଭିନ୍ନ ସ୍ଥାନରେ ମିଶ୍ରଣ ପର୍ବ ଜରିଆରେ ଦିନକୁ ଦିନ ବିଜେପିର ଶକ୍ତି ବୃଦ୍ଧି ସହିତ ଲୋକ ପ୍ରୀୟତା ବଢ଼ିବାରେ ଲାଗିଛି। ଆଜି ମଧ୍ୟ କୋମନା ବ୍ଲକର ଗଣ୍ଡାମେର ପଂଚାୟତ ତଥା ବିଜେପି ବଞ୍ଜାରି ମଣ୍ଡଳରେ ଏକ ବିଶାଳ ମିଶ୍ରଣ ପର
ବ୍ଲକ୍ ସ୍ତରୀୟ ବିଜେପି ମିଶ୍ରଣ ପର୍ବ


ବ୍ଲକ୍ ସ୍ତରୀୟ ବିଜେପି ମିଶ୍ରଣ ପର୍ବ


ବ୍ଲକ୍ ସ୍ତରୀୟ ବିଜେପି ମିଶ୍ରଣ ପର୍ବ


ସମ୍ବଲପୁର/ ନୁଆପଡା, ୨୯ ଅକ୍ଟୋବର(ହି.ସ.) – ନୂଆପଡା ବିଧାନସଭା ଉପନିର୍ବାଚନରେ ବିଭିନ୍ନ ସ୍ଥାନରେ ମିଶ୍ରଣ ପର୍ବ ଜରିଆରେ ଦିନକୁ ଦିନ ବିଜେପିର ଶକ୍ତି ବୃଦ୍ଧି ସହିତ ଲୋକ ପ୍ରୀୟତା ବଢ଼ିବାରେ ଲାଗିଛି। ଆଜି ମଧ୍ୟ କୋମନା ବ୍ଲକର ଗଣ୍ଡାମେର ପଂଚାୟତ ତଥା ବିଜେପି ବଞ୍ଜାରି ମଣ୍ଡଳରେ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଅନ୍ୟ ଦଳରେ ଥିବା ନେତା, କର୍ମୀ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ପଦ୍ମ ଧରିଛନ୍ତି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ତଥା ଆଦିବାସି ବ୍ୟାପାର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ନୂଆଁ କାର୍ଯ୍ୟକର୍ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ। ଏହାସହ ମୋଦୀ ସରକାରଙ୍କ ଦୀର୍ଘ ୧୧ ବର୍ଷ ଓ ଲୋକପ୍ରିୟ ମୋହନ ମାଝୀଙ୍କ ୧୬ ମାସର ସରକାରରେ ଡବଲ ଇଞ୍ଜିନର ଡବଲ ଗତିରେ ହେଉଥିବା ବିକାଶ ସହିତ ବିଜେପି ର ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ ସୁଶାସନ ବିଷୟରେ ଉପସ୍ଥିତ ନେତୃବୃନ୍ଦ କାର୍ଯ୍ୟକାର୍ତାଙ୍କୁ ଅବଗତ କରାଇଥିଲେ ।

ଲୋକଙ୍କ ଉନ୍ନତିର ସାଥି ଏବଂ ରାଜ୍ୟ ଦେଶର ବିକାଶର ବାହକ ଭାରତୀୟ ଜନତା ପାର୍ଟି ସମସ୍ତଙ୍କ ଆଦର ହୋଇ ପାରିଛି। ଯାହା ନିଶ୍ଚୟ ଏ ଶୁଭ ଲକ୍ଷଣ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ଏହି ଉପନିର୍ବାଚନରେ ସମସ୍ତେ ମିଶି ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜୟୀ କରାଇବାକୁ କାର୍ଯ୍ୟ କରିବାକୁ କହିଥିଲେ।

ଆଜିର କାର୍ଯକ୍ରମ ରେ ଯାଜପୁର ସାଂସଦ ଶ୍ରୀ ରବୀନ୍ଦ୍ର ନାରାୟଣ ବେହେରା, ବରିଷ୍ଠ ବିଜେପି ନେତା ହୋମସିଂ ମାଝି, ଦୃଷ୍ଟି ମାଝି, ବିହାରୀ ମାଝି, ରମେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande