ଟିଟିଲାଗଡ ସିଟି ଆଣ୍ଡ୍‌ ଜିଏସ୍‌ଟି ବିଭାଗ ଅଧିକାରୀ ଉମାକାନ୍ତ ମହାକୁଡ ଭିଜିଲାନ୍ସ ହାତରେ ଧରାପଡିଲେ
ବଲାଙ୍ଗିର, ୨୯ ଅକ୍ଟୋବର (ହି.ସ.)- ସାରା ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଚାଲିଥିବା ଏଥିପାଇଁ ବିଭିନ୍ନ ବିଭାଗ ଜିଲ୍ଲା ଓ ରାଜ୍ୟ ସ୍ତରରେ ଶପଥ ପାଠ କରିଥିବା ବେଳେ ଟିଟିଲାଗଡ ସିଟି ଆଣ୍ଡ୍‌ ଜିଏସ୍‌ଟି ବିଭାଗ ଅଧିକାରୀ ଉମାକାନ୍ତ ମହାକୁଡ ଲାଞ୍ଚ ନେଇ ଆଜି ଭିଜିଲାନ୍ସ ହାତରେ ଧରା
ଟିଟିଲାଗଡ ସିଟି ଆଣ୍ଡ୍‌ ଜିଏସ୍‌ଟି ବିଭାଗ ଅଧିକାରୀ ଉମାକାନ୍ତ ମହାକୁଡ ଭିଜିଲାନ୍ସ ହାତରେ ଧରାପଡିଲେ


ବଲାଙ୍ଗିର, ୨୯ ଅକ୍ଟୋବର (ହି.ସ.)-

ସାରା ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଚାଲିଥିବା ଏଥିପାଇଁ ବିଭିନ୍ନ ବିଭାଗ ଜିଲ୍ଲା ଓ ରାଜ୍ୟ ସ୍ତରରେ ଶପଥ ପାଠ କରିଥିବା ବେଳେ ଟିଟିଲାଗଡ ସିଟି ଆଣ୍ଡ୍‌ ଜିଏସ୍‌ଟି ବିଭାଗ ଅଧିକାରୀ ଉମାକାନ୍ତ ମହାକୁଡ ଲାଞ୍ଚ ନେଇ ଆଜି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଟିଟିଲାଗଡ଼ କାର୍ଯ୍ୟାଳୟରେ ବଡମାଳ ନିକଟସ୍ଥ ଡୁମାଲପଡ଼ା ନିବାସୀ ରମେଶ ବସ୍ତିଆଙ୍କ ଅଭିଯୋଗ କ୍ରମେ ବୁଧବାର ଦିନ ୧୨ଟା ସମୟରେ ନିଜର ଜିଏସଟି ନମ୍ବର ପାଇଁ ପ୍ରଫେସନାଲ ଟ୍ୟାକ୍ସ ଦେବାପାଇଁ ରମେଶ ବସ୍ତିଆଙ୍କୁ ୨୩ ୬୦୦ ଟଙ୍କାର ନୋଟିସ ଦିଆଯାଇଥିଲା, ତେବେ ସେହି ବାବଦକୁ ସିଟି ଆଣ୍ଡ୍‌ ଜିଏସ୍‌ଟି ବିଭାଗ ଅଧିକାରୀ ଉମାକାନ୍ତ ମହାକୁର ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଆଜି ମାଡ଼ି ବସିଥିଲା ।

ବିଭାଗୀୟ ସୂଚନା ଅନୁସାରେ, ଏକକାଳୀନ ତିନୋଟି ସ୍ଥାନରେ ଭିଜିଲାନ୍ସ ବିଭାଗର ଚଢ଼ଉ ଜାରି ରହିଛି । ଟିଟିଲାଗଡ଼ର ସିଟି ଆଣ୍ଡ୍‌ ଜିଏସ୍‌ଟି ବିଭାଗ ଅଧିକାରୀ ଉମାକାନ୍ତ ମହାକୁରଙ୍କ କାର୍ଯ୍ୟାଳୟ, ବଲାଙ୍ଗିର ଗାନ୍ଧୀନଗରପଡ଼ା ସ୍ଥିତ ତାଙ୍କ ବାସଭବନ ଓ ସୋନପୁର ପୋରାସରାରେ ଦଶ ଜଣିଆ ଭିଜିଲାନ୍ସ ଟିମ୍‌ର ଚଢ଼ଉ ଚାଲିଥିବା ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande