



ସମ୍ବଲପୁର, /ନୁଆପଡା ୨୯ ଅକ୍ଟୋବର (ହି.ସ.) ମନରେଗା କାର୍ଯ୍ୟରେ ପକ୍ଷପାତିତା ଓ ବିଜେପି ସରକାରଙ୍କ ଦାଦନ ଚାଲାଣରେ ଭୂମିକାକୁ ନେଇ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହେଉଥିବା ବେଳେ ହଠାତ୍ କଂଗ୍ରେସ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଲା ନୂଆପଡା ଜିଲ୍ଲା ପୋଲିସ । କାର୍ଯ୍ୟାଳୟରେ ହେଉଛି କଣ ?, କାରଣ କଂଗ୍ରେସ କୈଣସି ସୂଚନା କାହିଁକି ଦେଉନି ବୋଲି ପ୍ରଶ୍ନ କରିଥିଲା ପୋଲିସ । ଭିତରକୁ ଯିବା ପରେ ସେଠାରେ ସାମ୍ବାଦିକ ସମ୍ମିଳନୀ ହେଉଥିଲା ବୋଲି ପୋଲିସ ଜାଣିବାକୁ ପାଇଥିଲେ । ଏଭଳି ଅପ୍ରତ୍ୟାଶିତ ।ପୋଲିସର ପ୍ରବେଶକୁ ନେଇ କିଛି ସମୟ ପାଇଁ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ପରେ ପୋଲିସ ଟିମ୍ ସେଠାରୁ ଚାଲିଯାଇଥିଲା । ଏହି ଘଟଣାକୁ ନେଇ ନିର୍ବାଚନରେ ପରାଜୟର ଆଶା କରି ବିଜେପି ଶାସନ କଳ ମାଧ୍ୟମରେ ପୋଲିସ ଦ୍ୱାରା କଂଗ୍ରେସକୁ ଭୟ କରାଇ ହଇରାଣ କରୁଥିବା କିଛି କଂଗ୍ରେସ କର୍ମୀ ଅଭିଯୋଗ କରିଛନ୍ତି । ଆଗକୁ ଏହିପରି ହେଲେ କଂଗ୍ରେସ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି କଡା ଚେତାବନୀ ଦେଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ