
ଜୟପୁର, ୨୯ ଅକ୍ଟୋବର (ହି.ସ.)- ଜୟପୁର ଟାଉନ ପୁଲିସ ପକ୍ଷରୁ ଥାନା ପରିସରରେ ଏକ ସାଇବର ସୁରକ୍ଷା ସ˚ପର୍କିତ ସେଲଫି ପଏଣ୍ଟ ଉଦଘାଟିତ ହୋଇଯାଇଛି। ଏସଡିପିଓ ପାର୍ଥ କଶ୍ୟପ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସେଲଫି ପଏଣ୍ଟର ଉଦଘାଟନ କରିଥିଲେ। ଶ୍ରୀ କଶ୍ୟପ ଆଜିର ଡିଜିଟାଲ ଯୁଗରେ ସାଇବର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବିଷୟ ହୋଇଛି। ଏହା କେବଳ ସରକାର କିମ୍ବା ପୁଲିସର ଦାୟୀତ୍ବ ନୁହେଁ ପ୍ରତ୍ୟେକ ନାଗରିକ ମଧ୍ୟ ସଚେତନ ରହିବା ଓ ଅନଲାଇନ ତଥ୍ୟ ସୁରକ୍ଷିତ ରଖିବା। ସାଇବର ଅପରାଧୀମାନେ ବିଭିନ୍ନ ନୂତନ ଉପାୟ ଦ୍ବାରା ଲୋକଙ୍କୁ ଠକୁଛନ୍ତି, ତେଣୁ ବ୍ୟାଙ୍କ ଖାତା, ଆଧାର ସ˚ଖ୍ୟା, ଓଟିପି, ପାସଵାର୍ଡ ଭଳି ଗୁପ୍ତ ତଥ୍ୟ କାହାକୁ ମଧ୍ୟ ଦେବା ଉଚିତ ନୁହେଁ ବୋଲି କହିଥିଲେ। ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ଉପସ୍ଥିତ ରହି ସାଇବର ସୁରକ୍ଷା ସ˚ପର୍କିତ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ। ଆସନ୍ତା ୨ ତାରିଖ ଦିନ ସାଇବର ସୁରକ୍ଷା ରଥ ଜୟପୁର ଠାରେ ପହଁଚିବା ପରେ ଭବ୍ୟ ସ୍ବାଗତ କରାଯାଇ ବିକ୍ରମଦେବ କଲେଜ ପଡିଆରେ ରଖାଯିବ। ମହିଳା, ବରିଷ୍ଠ ନାଗରିକ ଓ ପୁରଷ ଏହିପରି ୩ଟି ବର୍ଗରେ ୫ କିଲୋମିଟର ଦୌଡ ପ୍ରତିଯୋଗୀତା ଅନୁଷ୍ଠିତ ହେବ। ସନ୍ଧ୍ୟାରେ ସ୍ଥାନୀୟ ରଥପଡିଆ ଠାରେ ଏକ ପଥପ୍ରାନ୍ତ ନାଟକ କରାଯାଇ ସାଇବର ସୁରକ୍ଷା ସଚେତନତା ବାର୍ତ୍ତା ଦିଆଯିବ ବୋଲି କହିଥିଲେ। ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ କୁଇଜ ପ୍ରତିଯୋଗୀତା କରାଯିବ। କୃତ୍ତି ପ୍ରତିଯୋଗୀ ମାନଙ୍କୁ ସନ୍ଧ୍ୟାରେ ପୁରସ୍କାର ପ୍ରଦାନ କରାଯିବ। ଏପରିକି ସଚେତନତା କାର୍ଯ୍ୟକ୍ରମ ଗ୍ରାମ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାକୁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରାଇବା ଆମ ସମସ୍ତଙ୍କ ଦାୟୀତ୍ବ ବୋଲି କହିଥିଲେ। ବିଶେଷ କରିଯୁବ ପିଢିଙ୍କ ମଧ୍ୟରେ ସାଇବର ଅପରାଧ ସମ୍ବନ୍ଧୀୟ ଜ୍ଞାନ ଓ ସଚେତନତା ବିସ୍ତାର କରିବା ଦରକାର।
ଏହି କାର୍ଯ୍ୟକ୍ରମରେ ରୟାଲ ଜୁନିଅର କଲେଜର ଛାତ୍ରଛାତ୍ରୀଙ୍କ ସମେତ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି