
ଜୟପୁର, ୨୯ ଅକ୍ଟୋବର (ହି.ସ.)ଦେଶି ମଦ ଚାଲାଣ ଓ ପ୍ରସ୍ତୁତ ସୁଚନା ପାଇ ଆଜି ୫ଟି ସ୍ଥାନରେ ଅବକାରି ଚଢଉ ହୋଇଛି । ଜୟପୁର ଅବକାରି ନିରିକ୍ଷକ ଓ ଡିଏଫଏସ ଅବକାରି ଟିମ ମିଳିତ ଭାବେ ଚଢାଉ କରିଥିଲେ । ଏହି ମିଳିତ ଟିମ ମୁଳାସର, ନିଳାଗୁଡା, ପାତ୍ରପୁଟ, ଗଡପଦର, ଡାଙ୍ଗରାରେ ଚଢଉ କରିଛି । ଚଢଉ କରି ୬ଟି ମାମଲା ରୁଜୁ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ଚଢଉ କରି ୨ଟି ବାଇକ, ୨୪୫ ଲିଟର ଦେଶି ମଦ ଓ ୨ ହଜାର ଲିଟର ପୋଚ ଜବତ କରିଛି । ଗିରଫ ଅଭିଯୁକ୍ତ ମାନଙ୍କୁ ସଂନ୍ଧ୍ୟା ୫ଟାରେ କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଅବକାରି ନିରିକ୍ଷକ ଶଶିକାନ୍ତ ଦତ୍ତ ସୁଚନା ଦେଇଛନ୍ତି । ସେହିପରି ଜୟପୁର ସଦର ଥାନା ଅନ୍ତର୍ଗତ ପୋଡୁଗୁଡାରେ ଅବକାରି ଚଢଉ ହୋଇଛି । ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ଚଢଉ କରିଛି । ଚଢଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ପୋଡୁଗୁଡାର ତ୍ରିନାଥ ହରିଜନ (୫୦) । ପୋଡୁଗୁଡା ଗ୍ରାମ ରାସ୍ତାରେ ଚଢଉ କରି ୧୫ ଲିଟର ଦେଶି ମଦ ଜବତ କରିଛି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଓଆଇସି ସୁବ୍ରତ କେଶୋରି ହିରଣ ସୁଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି