
କେନ୍ଦୁଝର, 29 ଅକ୍ଟୋବର (ହି.ସ.) କେନ୍ଦୁଝର ଜିଲ୍ଲାର ସୁନାମଧନ୍ୟ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କୁମାର ଓତାଙ୍କ ତତ୍ତ୍ବାବଧାନରେ ଏକ ନିଃଶୁଳ୍କ ଦନ୍ତ ପରୀକ୍ଷା ଶିବିର ଗୋନାସିକା ଠାରେ ଥିବା ସରକାରୀ (ଏସ.ଏସ.ଡି)ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରୋଟାରୀ କ୍ଲବ କେନ୍ଦୁଝର ସଭାପତି ହରିହର ମହାନ୍ତ ଓ କିଡସ୍ ଭୁବନେଶ୍ବରର ୧୨ ଜଣ ଡାକ୍ତର ଯୋଗ ଦାନ କରି ୧୭୫ ଜଣ ଛାତ୍ରୀଙ୍କ ଦାନ୍ତରେ ଫିଲିଂ ଏବଂ ସ୍ମେଲିଂ ସହ ଔଷଧର ପରାମର୍ଶ ଦେଇଥିଲେ। ପ୍ରଧାନଶିକ୍ଷକ ତୀର୍ଥାନନ୍ଦ ସେଠୀ ସହଯୋଗ କରିଥିଲେ। ଡାକ୍ତର ଆନନ୍ଦମୟ ବାଗଚୀ, ଡ଼ା ପି ଭି ସମୀର, ଡ଼ା ଶୁଭ୍ରନିଲ ଭୌମିକ, ଡ଼ା ସିତେଶ କୁମାର ସାମଲ,ଡ଼ା ଦେବାଶିଷ ମିଶ୍ର, ଡ଼ା ଆୟାନ ଶାହା, ଡ଼ା ସ୍ବାଗତ ଦାସ, ଡ଼ା ରାଧେଶ୍ୟାମ ସିଂହ, ଡ଼ା ସାୟ ସେନଗୁପ୍ତା ପ୍ରମୁଖ ଛାତ୍ରୀମାନ ମାନଙ୍କ ଦାନୁ ପରୀକ୍ଷା କରିଥିଲେ। ଡାକ୍ଟର ଓତା ଏହି ପରି କେନ୍ଦୁଝର ଠାରେ ଏକ ଦନ୍ତ ପରୀକ୍ଷା ଶିବିର ପ୍ରୟାସ ବିଦ୍ୟାଳୟରେ ଆସନ୍ତା କାଲି କରାଯିବ ବୋଲି ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA