


ବଲାଙ୍ଗିର, ୨୯ ଅକ୍ଟୋବର (ହି.ସ.)- କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ବୁଧବାର ଗୋପାଷ୍ଟମୀ ଉପଲକ୍ଷେ ଗୋ ମହୋତ୍ସବ ବଲାଙ୍ଗିରର ସର୍ବ ପୁରାତନ ପୃଥ୍ବୀରାଜ ଗୋଶାଳା ଠାରେ ଗୋପୁଜନ ତଥା ମହୋତ୍ସବ ପରିଚଳନ କମିଟି ଦ୍ଵାରା ପାଳିତ ହୋଇଯାଇଛି। ଆଜି ସକାଳ ୭ଟା ରୁ ପୂଜା ଆରମ୍ଭ ହୋଇଥିଲା ବେଳେ ସକାଳ ୮ଟା ରେ ହାବନ ହୋଇଥିଲା। ଦିନ ତମାମ ଗୋଶାଳାରେ ଶ୍ରଦ୍ଧାଳୁ ମାନେ ଗୋ ପୂଜନ ଗୋସେବା କରିବା ସହିତ ଗୋଶାଳା ପରିଚାଳନା ପାଇଁ ତୁଳାଦାନ ତଥା ବର୍ଷତମାମ ଗୋ ସେବା ପାଇଁ ଶକ୍ତି ମୁତାବକ ଦାନ କରିଥିଲେ। ପୂଜ୍ୟ ସ୍ୱାମୀ ଶ୍ୟାମନନ୍ଦ ଦାସଜି ମହାରାଜଙ୍କ ମୁଖରୁ ଗୋ ମହାତ୍ମ୍ୟ ଉପରେ ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ କହିଥିଲେ। ସମସ୍ତ ଭକ୍ତ ମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା। ଗୋଶାଳା କମିଟି ସଭାପତି ନରେନ୍ଦ୍ର ଜୈନ ସମ୍ପାଦକ ପ୍ରଫୁଲ୍ଲ ଜୈନ କୋଷାଧ୍ୟକ୍ଷ ବିକାଶ ଅଗ୍ରୱାଲ, ଜୈନ ସମାଜରାଜ୍ୟ ସଭାପତି ମନୋଜ ଜୈନ, ମାରୱାଡ଼ି ସମାଜ ସଭାପତି ସଞ୍ଜୟ ଅଗ୍ରୱାଲ, ଶ୍ରୀ ରାମ ଚରିତ ମାନସ ମନ୍ଦିର ସଭାପତି ସନ୍ତୋଷ ଅଗ୍ରୱାଲ, ପୂର୍ବ ସଭାପତି ପୁରାତନ ସଦସ୍ୟ ବଜରଙ୍ଗ ଅଗ୍ରୱାଲ ଓ ନକୁଲ ଅଗ୍ରୱାଲ ସମେତ ପରିଚାଳନା କମିଟି ସଦସ୍ୟ ସଦସ୍ୟା ଗୋପ୍ରେମି ଉତ୍ସବରେ ସହଯୋଗ କରିଥିଲେ। ପଣ୍ଡିତ ବିଜୟ ଶର୍ମା ପୂଜା ଓ ଅନୁଷ୍ଠାନ କାର୍ଯ୍ୟ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ