
କେନ୍ଦୁଝର, ୨୯ ଅକ୍ଟୋବର(ହି.ସ.) – କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଂଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ ଥିବା ବୈତରଣି ଗୋଶାଳାରେ ଗୋପାଷ୍ଟମୀ ଉପଲକ୍ଷେ ଗୋପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗୋଶାଳା ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଏହି କାର୍ଯ୍ୟକ୍ରମରେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା, ପୌରଧିକାରୀ ରମେଶ କୁମାର ନାଏକ,ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଂଗୁଆ, ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାଏକ, ଚନ୍ଦ୍ରଗୁପ୍ତ ପ୍ରାସାଦ ଯୋଗଦେଇଥିବା ବେଳେ ଗୋଶାଳାର ସମସ୍ତ କାର୍ଯ୍ୟକର୍ତା ଓ କର୍ତୃପକ୍ଷ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ତୁଳା ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ ଅତିଥି ବୃନ୍ଦ ଗାଈମାନଙ୍କୁ ଚାରା ଓ ଗୁଡ଼ ଖୁଆଇଥିଲେ ଓ ଗୋଶାଳା ରେ କାର୍ଯ୍ୟରତ ସମସ୍ତ ଗୋସେବକ ମାନଙ୍କୁ ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ସାଧୁବାଦ୍ ଓ କୃତଜ୍ଞତା ଜ୍ଞାପନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA