ଗୁରୁଜନ ଓ ମାତୃଶକ୍ତିଙ୍କୁ ନେ଼ଇ ବିଜେପିର ସ୍ୱତନ୍ତ୍ର ପ୍ରଚାର କାର୍ଯ୍ୟକ୍ରମ
ସମ୍ବଲପୁର/ନୁଆପଡା, ୨୯ ଅକ୍ଟୋବର(ହି.ସ.) – ନୂଆପଡା ବିଧାନସଭା ଉପନର୍ବାଚନକୁ ନେଇ ବିବିଧ କାର୍ଯ୍ୟକ୍ରମ ଜରିଆରେ ଭୋଟ ଭିକ୍ଷା କରୁଛନ୍ତି ବିଜେପି ନେତା ମନ୍ତ୍ରୀ ସାଂସଦ ଏବଂ ବିଧାୟକ। ଏହି ମର୍ମ ରେ ଆଜି ନୂଆପଡା ଜିଲ୍ଲା କୋମନା ବ୍ଲକର ସୁନାବେଡ଼ା ପଂଚାୟତ ଠାରେ ଥିବା ମା'' ସୁନାଦେଇ ମନ୍ଦିର ପରିସରରେ
ଗୁରୁଜନ ଓ ମାତୃଶକ୍ତିଙ୍କୁ ନେ଼ଇ ବିଜେପିର ସ୍ଵତନ୍ତ୍ର ପ୍ରଚାର କାର୍ଯ୍ୟକ୍ରମ


ଗୁରୁଜନ ଓ ମାତୃଶକ୍ତିଙ୍କୁ ନେ଼ଇ ବିଜେପିର ସ୍ଵତନ୍ତ୍ର ପ୍ରଚାର କାର୍ଯ୍ୟକ୍ରମ


ଗୁରୁଜନ ଓ ମାତୃଶକ୍ତିଙ୍କୁ ନେ଼ଇ ବିଜେପିର ସ୍ଵତନ୍ତ୍ର ପ୍ରଚାର କାର୍ଯ୍ୟକ୍ରମ


ସମ୍ବଲପୁର/ନୁଆପଡା, ୨୯ ଅକ୍ଟୋବର(ହି.ସ.) – ନୂଆପଡା ବିଧାନସଭା ଉପନର୍ବାଚନକୁ ନେଇ ବିବିଧ କାର୍ଯ୍ୟକ୍ରମ ଜରିଆରେ ଭୋଟ ଭିକ୍ଷା କରୁଛନ୍ତି ବିଜେପି ନେତା ମନ୍ତ୍ରୀ ସାଂସଦ ଏବଂ ବିଧାୟକ। ଏହି ମର୍ମ ରେ ଆଜି ନୂଆପଡା ଜିଲ୍ଲା କୋମନା ବ୍ଲକର ସୁନାବେଡ଼ା ପଂଚାୟତ ଠାରେ ଥିବା ମା' ସୁନାଦେଇ ମନ୍ଦିର ପରିସରରେ ରେ ବିଶେଷ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁନାବେଡ଼ା ପଂଚାୟତର ଗୁରୁଜନ ଏବଂ ମା' ମାନଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାର୍ତାଳାପ କଲେ ଓଡ଼ିଶା ସରକାରଙ୍କ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ ଡବଲ୍ ଇଞ୍ଜିନ୍ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଓ ଜନହିତକାରି ଯୋଜନା ଦ୍ୱାରା ସେମାନେ କିଭଳି ଲାଭାନ୍ୱିତ ହେଉଛନ୍ତି ତାହା ଆଲୋଚନା କରିଥିଲେ। ମୋହନ ଚରଣ ମାଝୀଙ୍କ ନେତୃତ୍ୱ ରେ ରାଜ୍ୟ ରେ ହେଉଥିବା ଦ୍ୱିଗୁଣିତ ବିକାଶ କଥା ଜଣାଇଥିଲେ। ନୂଆପଡ଼ାର ବିକାଶ ପାଇଁ ନୂଆପଡ଼ା ମାଟିର ପୁଅ ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ପଦ୍ମଫୁଲରେ ଭୋଟ୍ ଦେଇ ବିଜୟୀ କରାଇବାକୁ ଅନୁରୋଧ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande