ନୂଆପଡା ଉପନିର୍ବାଚନ ପ୍ରସ୍ତୁତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ନୂଆପଡା,୨୯ ଅକ୍ଟୋବର (ହି.ସ.)- ନୂଆପଡା ବିଧାନସଭା ଉପନିର୍ବାଚନକୁ ତ୍ରୁଟି ଶୂନ୍ୟ ଓ ସଫଳତାର ସହିତ ଅନୁଷ୍ଠିତ କରାଇବାର ଲକ୍ଷ୍ୟ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଓ ପଦକ୍ଷେପକୁ କ୍ରିୟାଶୀଳ କରାଯାଇଛି । ଆଜି ଡେପୁଟି ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ ଭାରତୀ ଓ ମୁଖ୍ୟ ନିର୍ବାଚନ ଅଧି
ନୂଆପଡା ଉପନିର୍ବାଚନ ପ୍ରସ୍ତୁତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ


ନୂଆପଡା,୨୯ ଅକ୍ଟୋବର (ହି.ସ.)- ନୂଆପଡା ବିଧାନସଭା ଉପନିର୍ବାଚନକୁ ତ୍ରୁଟି ଶୂନ୍ୟ ଓ ସଫଳତାର ସହିତ ଅନୁଷ୍ଠିତ କରାଇବାର ଲକ୍ଷ୍ୟ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଓ ପଦକ୍ଷେପକୁ କ୍ରିୟାଶୀଳ କରାଯାଇଛି । ଆଜି ଡେପୁଟି ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ ଭାରତୀ ଓ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଶ୍ରୀ ଆର ଏସ ଗୋପାଳନ ନୂଆପଡା ଜିଲ୍ଲା ପ୍ରଶାସନ ସହିତ ଆଭାସୀ ମାଧ୍ୟମରେ ଉପନିର୍ବାଚନ ସମ୍ପର୍କିତ ସମସ୍ତ ପ୍ରସ୍ତୁତି ଓ ପଦକ୍ଷେପ ଉପରେ ସବିଶେଷ ସମୀକ୍ଷା କରିଛନ୍ତି । ଆଇ ଜି ପୋଲିସ ଶ୍ରୀ ହିମାଂଶୁ ଲାଲ, ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ପ୍ରକାଶ ବିନ୍ଦୁ, ପୋଲିସ୍ ପର୍ଯ୍ୟବେକ୍ଷକ ଶ୍ରୀ ବି ଶଙ୍କର୍ ଜଇସ୍ୱାଲ୍ ଏଵଂ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ଅତୁଲ୍ ପାଣ୍ଡେ ମଧ୍ୟ ଏହି ବୈଠକରେ ଯୋଗଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ମଧୁସୂଦନ ଦାଶ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମ୍ରିତ ପାଲ୍ ସିଂ ସମସ୍ତ ପ୍ରସ୍ତୁତି ଓ ପଦକ୍ଷେପ ସମ୍ବନ୍ଧରେ ଯଥା ଭୋଟିଂ ମେସିନ୍, ଭି ଭି ପାଟ ର ସ୍ଥିତି, ବୁଥ ମାନଙ୍କରେ ଉପଲବ୍ଧ ବିଜୁଳି ପାଣି ଶୌଚାଳୟ ସବୁର ସୁବିଧା, ସମସ୍ତ ବୁଥ୍ ର ୱେବ୍ କାଷ୍ଟିଂ, ଇସିନେଟ ଆପ୍ ର ବ୍ୟବହାର , ୨୪X ୭ କଣ୍ଟ୍ରୋଲ ରୁମ୍ ର କାର୍ଯ୍ୟକାରିତା, ବିଭିନ୍ନ କମିଟି ର କାର୍ଯ୍ୟ, ବିଭିନ୍ନ ବିଭାଗ ତରଫରୁ ହେଉଥିବା ତଲାସୀ ଅଭିଯାନ , ସଂବେଦନଶୀଳ ବୁଥ ପରିଚାଳନା, ପୋଷ୍ଟାଲ୍ ବେଲଟ,

ଭୋଟ ଗଣତି ଇତ୍ୟାଦି ସମସ୍ତ ବିଷୟରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଆଗୁଆ ପଦକ୍ଷେପ ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ବୈଠକକୁ ସବିଶେଷ ଅବଗତ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande