ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଯୁବକଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଉଦ୍ଧାର
ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଯୁବକଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଉଦ୍ଧାର
ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଯୁବକଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଉଦ୍ଧାର


ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଯୁବକଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଉଦ୍ଧାର


ସମ୍ବଲପୁର/ନୁଆପଡା, ୨୯ ଅକ୍ଟୋବର (ହି.ସ.) ସମଗ୍ର ଜିଲ୍ଲାରେ ବିଧାନସଭା ଆସନ ପାଇଁ ଉପନିର୍ବାଚନର ମାହୋଲ ସରଗରମ ଥିବା ବେଳେ

ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଧିନ ତଥା ଓଡିଶା ଛତିଶଗଡ଼ ସୀମାନ୍ତ ନୂଆମାଲପଡା

ଗ୍ରାମ ଠାରେ ଜଣେ ଯୁବକଙ୍କ ମୃତ ଦେହକୁ ପୋଲିସ ଉଦ୍ଧାର କରିଛି । ଘଟଣା ସ୍ଥଳରୁ ଏକ ବାଇକ ମଧ୍ୟ ଜବତ କରାଯାଇଥିବା ଜଣାପଡିଛି । ପୋଲିସ ତଦନ୍ତ ପରେ ମୃତ ଯୁବକ ଜଣକ କସେଇପାଣି ଗ୍ରାମର ହେମଲାଲ ହଂସ (୩୩) ଓ ଜବତ ବାଇକ ଗାଡି ନମ୍ବର ୦୪ଡିକେ ୦୬୧୬ ବୋଲି ଜଣାପଡିଛି। ପ୍ରାପ୍ତ ଖବର ଅନୁସାରେ ମଙ୍ଗଳବାର ନୂଆମାଲପଡାରୁ ଛତିଶଗଡ଼

ଯାତାୟାତ ରାସ୍ତା କଡରେ କୌଣସି ଦୁର୍ଘଟଣା ରୁ ଯୁବକ ଜଣକ ବାଇକ ସହ ତଲେ ପଡି ରହିଥ‌ିବା ସ୍ଥାନୀୟ କିଛି ଲୋକେ ଦେଖି ସିନାପାଲି ଥାନାକୁ ଖବର ଦେଇଥିଲେ। ଖବର ପାଇ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କ ମୃତ ଦେହ ଉଦ୍ଧାର କରି ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ତଦନ୍ତ ଆରମ୍ଭ କରିଥିଲା। ପରେ ଯୁବକ ଜଣକ କସେଇପାଣି ଗ୍ରାମର ହେମଲାଲ ହଂସ ବୋଲି ଜଣାପଡିଥିବା ବେଳେ ତାଙ୍କ ପରିବାର ଲୋକଙ୍କୁ ଜଣାଇ ଦିଆଯାଇଥିଲା । ପରିବାର ଲୋକେ ସିନାପାଲି ଥାନାରେ ପହଞ୍ଚି ଘଟଣା ବୁଝାସୁଝା କରିଥିବା ବେଲେ ମୃତ ଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସୂଚନାଯୋଗ୍ୟ ଯୁବକ ଜଣକ ଗତ ଦୁଇଦିନ ତଳୁ ଘରୁ ବାହାରିଥିବା ବେଳେ ତା'ର ମାନସିକ ସ୍ଥିତି ଠିକ୍ ନଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ଘଟଣା ସ୍ଥଳରେ ସିନାପାଲି ପୋଲିସ ଏଏସଆଇ ପ୍ରଭାକର ନାଏକ ସମେତ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ରହିଛନ୍ତି । ଏନେଇ ସିନାପାଲି ଥାନାରେ ପୋଲିସ ଏକ ମାମଲା ରୁଜୁକରି ଦୁର୍ଘଟଣା ଜନିତ ନା କୈଣସି ରାଜନୈତିକ ଷଡ଼ଯନ୍ତ୍ର ସେନେଇ ତଦନ୍ତ ଆରମ୍ଭ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande