
କେନ୍ଦୁଝର, ୨୯ ଅକ୍ଟୋବର(ହି.ସ.) – କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରେ ମହୁମାଛି ଆକ୍ରମଣରେ ରାମଚନ୍ଦ୍ରପୁର ଗ୍ରାମରେ ମହୁମାଛି ଆକ୍ରମଣ କରିବାରୁ ଜଣେ ମୃତ୍ୟୁବରଣ କରିଥିବା ବେଳେ ଦୁଇଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି। ତେବେ ସାଙ୍ଗରେ ଥିବା ଅନ୍ୟ ଦୁଇଜଣ ଘଟଣା ସ୍ଥଳରୁ ଦୈଡି ପଳାଇବାରୁ ଅଳ୍ପକେ ବର୍ତି ଯାଇଛନ୍ତି। ଚମ୍ପୁଆ ଥାନା ରାମଚନ୍ଦ୍ରପୁର ଗ୍ରାମର ନିରାଶ ମୁଣ୍ଡା(୫୦ ବର୍ଷ) ନାତି ରାଜାମୁଣ୍ଡା ଓ ପଡୋଶି ମାର୍କଣ୍ଡ ମୁଣ୍ଡା ଓ ଅନ୍ୟ ଦୁଇଜଣକଂ ସହ ମିଶି ଛେଳି ଚରାଇବାକୁ ଗାଁ ଜଙ୍ଗଲକୁ ଯାଇଥିଲେ। ବର୍ଷା ଯୋଗୁ ଛେଳି ନେଇ ଘରକୁ ଫେରିବା ସମୟ ରେ ଜଙ୍ଗଲରେ ଥିବା ମହୁମାଛି ହଠାତ ଆକ୍ରମଣ କରିଥିଲେ। ଫଳରେ ଦୁଇଜଣ ଦୌଡି ପଳାଇଥିଲା ବେଳେ ନିରାଶମୁଣ୍ଡା ଓ ନାତି ରାଜାମୁଣ୍ଡା ତଥା ମାର୍କଣ୍ଡ ମୁଣ୍ଡା ଦୌଡ଼ି ନପାରିବାରୁ ଆକ୍ରମଣର ଶିକାର ହେଇଥିଲେ। ମହୁମାଛି ଆକ୍ରମଣ ରେ ଆହତ ନିରାଶ ମୁଣ୍ଡା, ରାଜାମୁଣ୍ଡା, ମାର୍କଣ୍ଡ ମୁଣ୍ଡାଙ୍କୁ ଗାଁ ଲୋକେ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାକୁ ଆଣିଥିଲେ। ମାତ୍ର ସେଠାରେ ନିରାଶ ମୁଣ୍ଡାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଅନ୍ୟ ଦୁଇ ଆହାତ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଖବର ପାଇ ଚମ୍ପୁଆ ପୋଲିସ ଚିକିତ୍ସାଳୟ ଅଧିକ ପହଂଚି ତଦନ୍ତ ଚଳାଇଥିବା ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA