
ସୁବର୍ଣ୍ଣପୁର, ୨୯ ଅକ୍ଟୋବର (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲାରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଦିବସ ପାଳନ ଅବସରରେ ଏକତା ଦୌଡ଼ ବା ଉନିଟି ମାର୍ଚ୍ଚ ଅନୁଷ୍ଠିତ କରିବା ସହିତ ଅନ୍ୟ କାର୍ଯ୍ୟକ୍ରମ ଗୁଡିକୁ ଅନୁଷ୍ଠିତ କରିବା ପାଇଁ ଜିଲ୍ଲାପାଳ, ସୁବର୍ଣ୍ଣପୁର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଗତକାଲି ଅପରାହ୍ନ ୪ଟା ସମୟରେ ଏକ ପ୍ରସ୍ତୁତି ବୈଠକ ସହିତ କୋର କମିଟି ଓ ଅନ୍ୟ କମିଟି ମାନଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସୁବର୍ଣ୍ଣପୁର, ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର, ଶ୍ରୀମତି ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ଅଶ୍ୱିନୀ କୁମାର ମେହେର, ଜିଲ୍ଲା ସଭାପତି, ଭାରତୀୟ ଜନତା ପାର୍ଟି, ସୁବର୍ଣ୍ଣପୁର, ସାଂସଦ, ବଲାଙ୍ଗିର ଶ୍ରୀମତି ସଂଗୀତା କୁମାରୀ ସିଂହ ଦେଓଙ୍କ ପ୍ରତିନିଧି ସନନ୍ଦ କୁମାର ମେହେରଙ୍କ ସମେତ ଉଭୟ ଉପ, ଜିଲ୍ଲାପାଳ, ସୋନପୁର ଓ ବୀରମହାରାଜପୁର ସମସ୍ତ କମିଟିର ସଦସ୍ୟ/ସଦସ୍ୟା, ସୁବର୍ଣ୍ଣପୁର ଜିଲ୍ଲାର ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସେମାନଙ୍କର ଶୁଚିତିନ୍ତ ମତାମତ ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀ ଚିତ୍ତ ରଞ୍ଜନ ମିଶ୍ର ଓ ଜିଲ୍ଲା ଯୁବ ଅଧିକାରୀ, ମୋ ଯୁବ କେନ୍ଦ୍ର, ସୁବର୍ଣ୍ଣପୁର ଶ୍ରୀ ପ୍ରସନ୍ନ କୁମାର ମେହେର ଏହି କାର୍ଯ୍ୟକ୍ରମ ନେଇ ଆସିଥିବା ନିର୍ଦ୍ଦେଶାବଳୀ ଓ ମିଳିଥିବା ଅନୁଦାନ ଓ ତାହାର ବିନିଯୋଗ ଉପରେ ଉପସ୍ଥିତ ସମସ୍ତଙ୍କୁ ପାଇଁ ଅବଗତ କରିଥିଲେ। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଶଦ ଭାବେ ଆଲୋଚନା କରାଯିବା ସହିତ ଏକତା ଦୌଡ଼ ପାଇଁ ୧୦ କିଲୋମିଟର ରାସ୍ତା ନିର୍ଦ୍ଧାରଣ ସହିତ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା ।
ସଭା ଶେଷରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀ ଅର୍ଜୁନ ମାଝୀ ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ ପରେ ସଭାପତିଙ୍କ ଅନୁମତି କ୍ରମେ ସଭା ସମାପ୍ତ ଘୋଷଣା କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ