ଡକାୟତି ଓ ନାବାଳିକା ଦୁଷ୍କର୍ମ ମାମଲା : ୪ ଜଣଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଓ ୨୬ ହଜାର ଜୋରିମାନା
Rubery and rape case judgment News from Phulbani
ଡକାୟତି ଓ ନାବାଳିକା ଦୁଷ୍କର୍ମ ମାମଲା : ୪ ଜଣଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଓ ୨୬ ହଜାର ଜୋରିମାନା


କନ୍ଧମାଳ, ୨୯ ଅକ୍ଟୋବର (ହି.ସ.)- ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପୋସ୍କୋ କୋର୍ଟ ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଆଜି ଏକ ୧୪ ବର୍ଷର ନାବାଳିକା ଦୁଷ୍କର୍ମ ଏବଂ ଡକାୟତି ମାମଲାର ବିଚାର କରି ମାମଲାର ୧୮ ଜଣ ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ, ପିଡିତାଙ୍କ ବୟାନ ଏବଂ ଟିଆଇ ପେରେଡ୍ ପରେ ଚିହ୍ନଟ ଅଭିଯୁକ୍ତ ମାନଙ୍କ ବିଚାର କରି ଅଶୋକ ମୁଖି (୨୪), ପିତା-ବୁଡୁମୁଖି ଗ୍ରାମ -ମୁସେଲିପାଙ୍ଗା ଥାନା -ଗୋଛାପଡା, ସୁଶାନ୍ତ ନାୟକ ୨୯ ବର୍ଷ ପିତା -ପିତବାସ ନାୟକ ଗ୍ରାମ-ସିମନବାଡି ଥାନା -ଦାରିଙ୍ଗିବାଡି, କୃପାକର ମୁଖି ୪୭ ବର୍ଷ ପିତା ମଧୁସୂଦନ ମୁଖି ଗ୍ରାମ -ସିମନବାଡି ଥାନା -ଦାରିଙ୍ଗିବାଡି,ଜେରହ ନାୟକ ୩୩ବର୍ଷ ପିତା -ଦାରାସିଙ୍ଗ୍ ନାୟକ ଗ୍ରାମ -ସିମନବାଡି ଥାନା -ଦାରିଙ୍ଗିବାଡି, ଯୋଶେଫ୍ ରୁପାମାଝି ୨୫ ବର୍ଷ ପିତା-ଭୀମରୁପାମାଝି ଜିଲ୍ଲା -କନ୍ଧମାଳ ଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ‌ ସଶ୍ରମ କାରାଦଣ୍ଡ ସହ ୨୬ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ, ସେମାନଙ୍କୁ ଆଉ ଅଧିକ ୫ଵର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟ ରେ ଉଲ୍ଲେଖ କରିଛନ୍ତି ବିଚାରପତି । ସରକାରଙ୍କ ତରଫରୁ ଫାଷ୍ଟ୍ ଟ୍ରାକ୍ ପୋସ୍କୋ କୋର୍ଟ ର ସ୍ଵତନ୍ତ୍ର ପି.ପି.ଵନମାଳୀ ବେହେରା ମାମଲାକୁ ପରିଚାଳନା କରୁଥିଲେ।

ସୂଚନା ଅନୁସାରେ, ୨୦୨୪ ମସିହା ଫେବୃଆରୀ ଅପ୍ରେଲ୍ ୨୪ ତାରିଖ ରାତି ୯ଟା ୩୦ ମିନିଟ୍ ରେ ମୁହଁରେ ମାକ୍ସ୍ ପିନ୍ଧି ଘର ଭିତରକୁ ପଶି ଖାଇବାକୁ ମାଗିଥିଲେ। ସେମାନେ ପିସ୍ତଲ୍, କାତି ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ ଟ୫୦,୦୦୦ଙ୍କା, ସୁନା ମାଳୀ, କାନଫୁଲ ଏବଂ ତିନୋଟି ମୋବାଇଲ୍ ଲୁଟ୍ କରିଥିଲେ। ସେମାନେ ନିଜକୁ ନକ୍ସଲ୍ ବୋଲି କହି ପିଡୀତାକୁ ଆମ ମାଡାମ୍ କୁ ଭାତ ଖାଇବାକୁ ନେଇ ଦେବୁ ବୋଲି ଟାଣି ଟାଣି ନେଇଥିଲେ। ଘର ଠାରୁ ୫୦ ମିଟର ଦୂର ଏକ ପଡିଆକୁ ନେଇ ତା' ସହିତ ଦୁଷ୍କର୍ମ କରିଥିଲେ। ଆସନ୍ତାକାଲି ଆସି ତୋତେ ନେଇଯିବୁ ଆଉ ଯଦି ନ ଆସୁ ତେବେ ତୋତେ ଆଉ ତୋ ଘର ଲୋକଙ୍କୁ ଜୀବନରେ ମାରିଦେବୁ ବୋଲି ଧମକ ଦେଇ ଚାଲିଯାଇଥିଲେ । ପିଡୀତା ଘର ଲୋକ ମାନଙ୍କୁ ଘଟିଥିବା ଘଟଣା କହିବାରୁ ପିଡୀତାର ପିତା ତାପର ଦିନ ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ, ଫିରିଙ୍ଗିଆ ପୋଲିସ ଏକ ମାମଲା ୧୦୭।୩୦.୪.୨୦୨୪ ରୁଜ୍ଜୁ କରି ଏସ୍ ଆଇ ଦୀପକ ରାଉତଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସେ ମାମଲା ର ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଥିଲେ। ଆଜି ଆଜି ବିଚାରପତି ଉକ୍ତ ମାମଲାର ବିଚାର କରି ଉପୋରୋକ୍ତ ରାୟ ଶୁଣାଇଛନ୍ତି। ଏଥି ସହିତ ପିଡୀତାକୁ କ୍ଷତି ପୂରଣ ବାବଦକୁ ୬ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧୀକରଣରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande