
ଭଦ୍ରକ, ୨୯ ଅକ୍ଟୋବର (ହି.ସ.) - ସୋସାଇଟି ଫର୍ ୱିକର କମ୍ୟୁନିଟିର ପ୍ରତିଷ୍ଠତା ସଦସ୍ୟ ତଥା କ୍ୟାମ୍ପେନ୍ ଏଗେନ୍ଷ୍ଟ୍ ଚାଇଲଡ଼୍ ଲେବର (ସିଏସିଏଲ୍) ଓଡ଼ିଶା ପୂର୍ବତନ ଜିଲ୍ଲା ଆବାହକ ସଲାମ୍ ଭାଇଙ୍କ ସଭାପତିତ୍ୱରେ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ନିରୋଧ ମଂଚର ପୂର୍ନଗଠନ ବୈଠକ ବାଇପାସ୍ସ୍ଥିତି ଆଶିଆନା କନ୍ଫେରେନ୍ସ ହଲ୍ରେ ଅନୁଷ୍ଠିତ ହୋଇଯାଇଛି । ସିଏସିଏଲ୍ର କ୍ଷେତ୍ରୀୟ ଆବାହକ ହୃଷିକେଶ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାର ପନ୍ଦରଗୋଟି ସାମାଜିକ ଅନୁଷ୍ଠାନ ଆଲୋଚନାରେ ଭାଗ ନେଇ ଶିଶୁ ଶ୍ରମିକ ପ୍ରଥାକୁ ଲୋପ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଯେପରି ବିଦ୍ୟାଳୟରେ ୬୦୩୨ ଶିଶୁ ଅଧାରୁ ପାଠ ଛାଡ଼ିଥିବା, ବିଦ୍ୟାଳୟମାନଙ୍କ ଅଭିଯୋଗ ବକ୍ସର ସ୍ଥାପନା, କିଶୋରୀମାନଙ୍କୁ ଦକ୍ଷତା କୌଶଳ ତାଲିମ୍ ପ୍ରଦାନ, ପ୍ରତିଷ୍ଠାନମାନଙ୍କରେ ଶିଶୁ ଶ୍ରମିକ ନରଖିବା ପାଇଁ ସଚେତନା କରିବା, ଘରୋଇ କାର୍ଯ୍ୟରେ ଶିଶୁମାନଙ୍କୁ ଶ୍ରମଜନିତ କାର୍ଯ୍ୟରେ ନଲଗାଇବା, ଋତୁସ୍ରାବ ନିମନ୍ତେ ବାଳିକାମାନଙ୍କ ପାଇଁ ବିଦ୍ୟାଳୟରେ ଶୌଚାଳୟ ସ୍ଥାପନ କରିବା, ମାତୃଭାଷାର ଶିକ୍ଷକ ଅଭାବ ସକାଶେ ବିଦ୍ୟାଳୟରେ ଶିଶୁ ଅନୁପସ୍ଥିତ ରହିବା, ନୂତନ କୌଶଳରେ ବିଦ୍ୟାଳୟର ଶିକ୍ଷାଦାନ କରିବା ଉପରେ ଆଲୋଚନା ହୋଇଥିଲା । ସିଏସିଏଲ୍ର ଭଦ୍ରକ ଜିଲ୍ଲାର ଆବାହକ ସୋଫିଆ ସେକ୍ ଘୋଷଣା କରିଥିଲେ ଯେ ଶୁଭମ୍ ସଂଗଠନର ସମ୍ପାଦକ ନରେନ୍ଦ୍ର ସାମଲଙ୍କୁ ଧାମନଗର ବ୍ଲକ ପ୍ରଗତି ଯୁବକ ସଂଘର ସଂପାଦକ ଦେବବ୍ରତ ଦାସଙ୍କୁ ଚାନ୍ଦବାଲି ବ୍ଲକ ଏବଂ ଦିଶାର ସମ୍ପାଦକ ସେକ୍ ମହମ୍ମଦ୍ ନିଆଜ୍ଙ୍କୁ ଭଦ୍ରକ ବ୍ଲକର ସହଆବାହକ ଭାବେ ଦାୟିତ୍ୱ ଅର୍ପଣ କରାଗଲା । ଅନ୍ୟମାନଙ୍କ ମଧ୍ୟରେ ଗାନ୍ଧୀବାଳାଶ୍ରମର ସଂପାଦକ ଅଶୋକ ଦାସ, ହ୍ୟୁମାନ୍ ରାଇଟ୍ସ୍ ଫାଉଣ୍ଡେସନ୍ର ସଭାପତି ସଂଗ୍ରାମ କେଶରୀ ମହାନ୍ତି, ସାଥୀର ସଂପାଦକ ଇମ୍ତିହାଜ୍ କମାଲ୍ ଖାନ୍, ମୁସ୍ଲିମ୍ ସମାଜର ସଂଗଠନର ସଭାପତି ଜହିର ଖାନ୍, ବି.ଏସ୍.ଏସ୍ ସଭାପତି ପ୍ରକାଶ କୁମାର ସ୍ୱାଇଁ, ସଲିଡ଼େଟେରୀ ଅନୁଷ୍ଠାନର ସଂପାଦକ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ତ୍ରିବେଣୀ ଟ୍ରଷ୍ଟ ସଂପାଦିକ ରଞ୍ଜୁଲତା ଗୁହାନ, ସିଏଫ୍ଡ଼ବ୍ଲୁର ସଂଯୋଜକ ପ୍ରଦୀପ କୁମାର ଜେନା, ଆତ୍ମାର ସଂପାଦକ ବିନୋଦ ମହାରଣା, ଏନ୍.ଏଲ୍.ଏସ୍.ର ସମ୍ପାଦକ ହେମନ୍ତ ମହାନ୍ତି, ଏମ୍.ଏସ୍.ଏଫ୍.ର ସମ୍ପାଦକ ସେକ୍ ଇମ୍୍ଦାଦ୍, ବି.ଏସ୍. ସଂଗଠନର ସାଇପଦ୍ମା ନାୟକ, ଦରିଦ୍ର ବନ୍ଧୁ ସଂଗଠନର ଗୀତ୍ରଂଜନ ବେହେରା ପ୍ରମୁଖ ଯୋଗଦାନ କରିଥିଲେ । ଶେଷରେ ଜିଲ୍ଲା ଆବାହକ ସୋଫିଆ ସେକ୍ ଧନ୍ୟବାଦ ଅର୍ପଣ କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ