

ସମ୍ବଲପୁର, ୨୯ ଅକ୍ଟୋବର (ହି.ସ.)- ସତର୍କତା ସଚେତନତା ସପ୍ତାହ-୨୦୨୫ ଅବସରରେ ପୂର୍ବତଟ ରେଳପଥର ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ୨୯ ଅକ୍ଟୋବର ୨୦୨୫ରେ ଦୁର୍ନୀତି ବିରୁଦ୍ଧରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ୱାକାଥନ୍ ଆୟୋଜନ କରାଯାଇଥିଲା। ଏହି ୱାକାଥନ୍ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଶ୍ୱର ପ୍ରତ୍ୟେକ କୋଣରୁ ଦୁର୍ନୀତି ଦୂର କରି ଏକ ଉନ୍ନତ ବିଶ୍ୱ ଗଠନର ମୁଖ୍ୟ ମନ୍ତ୍ର ସାଧୁତାର ବାର୍ତ୍ତା ପ୍ରସାର କରିବା। ସମ୍ବଲପୁରର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ମନଜିତ ସିଂହ ସନସନୱାଲଙ୍କ ନେତୃତ୍ୱରେ ସମ୍ବଲପୁରର ରେଳ ନଗରରେ ଏହି ୱାକାଥନ୍ ଆୟୋଜନ କରାଯାଇଥିଲା। ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଏହି ୱାକାଥନ୍ରେ ପ୍ରବଳ ଉତ୍ସାହ ଏବଂ ପ୍ରତିବଦ୍ଧତାର ସହିତ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ