ସୂର୍ଯ୍ୟଘର ବେନିଫିସିଆରି ଟଚ ପଏଣ୍ଟ ଉଦଘାଟିତ
ଭୁବନ, ୨୯ ଅକ୍ଟୋବର (ହି.ସ.)- ଭୁବନ ଏନ୍ ଏ ସି ଅନ୍ତର୍ଗତ ଲତାବିଲ ଥରେ ସାସା ଇଞ୍ଜିନିୟରିଂ ଏଣ୍ଡ ଏନର୍ଜି ଦ୍ୱାରା ପି.ଏମ. ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା’ ଅଧୀନରେ ଏକ ବେନିଫିସିଆରି ଟଚ ପଏଣ୍ଟ‌ର ଉଦଘାଟିତ ହୋଇଛି। ଏହି ଅବସରରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ମୂଖ୍ୟ ଅତିଥି ଯୋଗଦେଇ
ସୂର୍ଯ୍ୟଘର ବେନିଫିସିଆରି ଟଚ ପଏଣ୍ଟ ଉଦଘାଟିତ


ଭୁବନ, ୨୯ ଅକ୍ଟୋବର (ହି.ସ.)- ଭୁବନ ଏନ୍ ଏ ସି ଅନ୍ତର୍ଗତ ଲତାବିଲ ଥରେ ସାସା ଇଞ୍ଜିନିୟରିଂ ଏଣ୍ଡ ଏନର୍ଜି ଦ୍ୱାରା ପି.ଏମ. ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା’ ଅଧୀନରେ ଏକ ବେନିଫିସିଆରି ଟଚ ପଏଣ୍ଟ‌ର ଉଦଘାଟିତ ହୋଇଛି। ଏହି ଅବସରରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ମୂଖ୍ୟ ଅତିଥି ଯୋଗଦେଇ ସରକାରଙ୍କ ଲକ୍ଷ୍ୟ ହେଉଛି ସଫା ଉର୍ଜାକୁ ପ୍ରୋତ୍ସାହନ ଦେଇ ପ୍ରତ୍ୟେକ ଘରକୁ ସୂର୍ଯ୍ୟ ଶକ୍ତି ମାଧ୍ୟମରେ ବିଜୁଳି ପହଞ୍ଚାଇବା ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ମାନ୍ୟଗଣ୍ୟ ଭଦ୍ର ବ୍ୟକ୍ତି, ଉର୍ଜା ବିଭାଗ ସମ୍ବନ୍ଧୀୟ ପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ। ସାସା ଇଞ୍ଜିନିୟରିଂ ଏଣ୍ଡ ଏନର୍ଜିର ପ୍ରୋପ୍ରାଇଟର ଏବଂ ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ସନ୍ଦୀପ କୁମାର ଦାଶ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇ ସରକାରଙ୍କ ଗ୍ରୀନ୍ ଏନର୍ଜି ଉଦ୍ୟମରେ ନିଜ ନିଷ୍ଠା ପୁନରୁଚ୍ଚାର କରିଥିଲେ। ସଂସ୍ଥା ପକ୍ଷରୁ ସୂର୍ଯ୍ୟ ଶକ୍ତି ସଂସ୍ଥାପନ ଓ ରକ୍ଷାପୋଷଣ ରେ ସମଗ୍ର ସେବା ପ୍ରଦାନ କରି ଗ୍ରାମ ଓ ସହର ଅଞ୍ଚଳରେ ଶସ୍ତା ଉର୍ଜା ଯୋଗାଣକୁ ନିଶ୍ଚିତ କରିବା ଲକ୍ଷ୍ୟ ରହିଛି।

ସାସା ଇଞ୍ଜିନିୟରିଂ ଏଣ୍ଡ ଏନର୍ଜିର ସନ୍ଦୀପ କୁମାର ଦାଶ, ଆଶିଷ ରଞ୍ଜନ ଦାଶ, ଅରବିନ୍ଦ ଦାଶ, ସଞ୍ଜୀବ କୁମାର ମହାପାତ୍ର, ମାଳବିକା ମିଶ୍ର, ପ୍ରିୟବ୍ରତ ସାହୁ, ନିହାରିକା ପ୍ରଧାନ, ମୋନାଲିସା ମିଶ୍ର (ଭୁବନ ଅଫିସ୍ ପ୍ରୋପ୍ରାଇଟର) ମଧୁସ୍ମିତା ସେନ ଉପସ୍ଥିତ ଥିଲେ। ଏଥିସହିତ ସାସା ଇଞ୍ଜିନିୟରିଂ ଏଣ୍ଡ ଏନର୍ଜି ନିଜର ମୋଟୋ “ଏ ଫ୍ରେଣ୍ଡ ହୁ ନେଭର ଯୁ ନିଡ୍” ଅନୁସାରେ ନବୀକରଣଯୋଗ୍ୟ ଉର୍ଜା ସେବା ଦେଇ ଆଗୁଆ ହେଉଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande