
ଜୟପୁର, ୨୯ ଅକ୍ଟୋବର (ହି.ସ.) - କୋରାପୁଟ ଜିଲ୍ଲା ବି.ସିଙ୍ଗପୁର ଥାନାର ଏ.ଏସ.ଆଇ ଏକ ଘରୋଇ ଗଣ୍ଡଗୋଳ ମାମଲାକୁ କୋହଳ କରିବା ନେଇ ୪୦ ହଜାର ଟଙ୍କା ଲାଂଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ବେଳେ ଏହା ଲାଂଚ ନେଣଦେଣ ମାମଲାରେ ମଧସ୍ଥି ସାଜିଥିବା ଗ୍ରାମବାସୀ ତଥା ଚା ଦୋକାନୀଙ୍କୁ ମଧ୍ୟ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ଏଏସଆଇ ନରସିଂହ ଦୋରା ଏବଂ ମଧସ୍ଥି ଗ୍ରାମବାସୀ ସୁନାଧର ଅମନାତ୍ୟଙ୍କୁ ଆଜି ଭାରପ୍ରାପ୍ତ ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ସମ୍ମୁଖରେ ହାଜର କରଯାଇଛଥିଲା । କିନ୍ତୁ ଉଭୟଙ୍କ ପକ୍ଷରୁ ଜାମିନ ଆବେଦନ ଆସନ୍ତା ୧୧ ତାରିଖରେ ଶୁଣାଣି ପାଇଁ ସ୍ଥଗିତ ରଖାଯାଇଛି । ଏହପରି ଉଭୟ ଅଭିଯୁକ୍ତଙ୍କୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗିୟ ହାଜତ (ଜେଲ୍)କୁ ପଠାଯାଇଛି । ସୂଚନା ଅନୁଯାୟୀ , ବି.ସିଙ୍ଗପୁର ଥାନାର କୁମୁଲି ଗ୍ରାମପଂଚାୟତ ଗୁଞ୍ଜିଗୁଡାର ଏକ ଘରୋଇ ଗଣ୍ଡଗୋଳକୁ ନେଇ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ତଦନ୍ତ ଅଧିକାରୀ ଭାବେ ଅଭିଯୁକ୍ତ ଏଏସଆଇ ନରସିଂହ ଦୋରା ନିଯୁକ୍ତ ହୋଇଥିଲେ । କିନ୍ତୁ ଏହି ମାମଲାରେ ଅଭିଯୁକ୍ତଙ୍କ ସମେତ ପରିବାର ଏବଂ ଅନ୍ୟାନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମାମଲାକୁ କଡା ଦଫା ଲଗାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ତଦନ୍ତକାରୀ ଅଧିକାରୀ ଏଏସଆଇ ଶ୍ରୀ ଦୋରା ଧମକ ଦେଇଥିଲେ । କିନ୍ତ ମାମଲାକୁ କୋହଳ କରିବା ପାଇଁ ୪୦ ହଜାର ଟଙ୍କା ଲାଂଚ ଦାବୀ କରିଥିଲେ । ଏହି ମାମଲାକୁ ସମାଧାନ ନେଇ ଭିଜିଲାନ୍ସ ହାତରେ ଧରାପଡିଥିବା ସ୍ଥାନୀୟ ଗ୍ରାମବାସୀ ତଥା ଚା ଦୋକାନୀ ସୁନାଧର ମଧ୍ୟସ୍ଥି ସାଜିଥିଲେ ଏବଂ ତାଙ୍କ ଜରୀଆରେ ଉକ୍ତ ଟଙ୍କା ଅଭିଯୁକ୍ତ ଏଏସଆଇ ଶ୍ରୀ ଦୋରା ଅଭିଯୋଗକାରୀଙ୍କ ଠାରୁ ଗତକାଲି ମଧସ୍ଥିଙ୍କ ଚା ଦୋକାନ ନିକଟରେ ନେଉଥିବା ବେଳେ ପୂର୍ବରୁ ଅଭିଯୋଗ ହୋଇଥିବା ଭିଜିଲନ୍ସ ଦଳ ଉଭୟ ଏଏସଆଇ ଏବଂ ମଧସ୍ଥିଙ୍କୁ ମାଡିବସିଥିଲେ । ଜିଲ୍ଲା ଏସପି ରବିନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଚଢଉର ନେତୃତ୍ୱର ଡିଏସପି ସଦାନନ୍ଦ ପାଣି, ଇନସପେକ୍ଟର ସଞ୍ଜୟ ପ୍ରଧାନ, ସୂର୍ଯ୍ୟପ୍ରକାଶ ନାୟକ ଏବଂ ଅନୁଭା ଦାସଙ୍କ ନେତୃତ୍ୱରେ ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି