ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ
ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ
ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ


ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ


ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ


ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ


ସମ୍ବଲପୁର, ୨୯ ଅକ୍ଟୋବର (ହି.ସ.)- ଚଳିତ ବର୍ଷ ଅକ୍ଟୋବର ୨୭ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପଞ୍ଚାୟତ, ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ତପସ୍ଵିନୀ ପ୍ରେକ୍ଷାଳୟ ଠାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ସମାରୋହ ଦୁର୍ନୀତି ନିବାରଣ ନିମନ୍ତେ ସଚେତନ କରାଇବା ପାଇଁ ଜିଲ୍ଲା ପ୍ରସାଶନ ଏବଂ ଭିଜିଲାନ୍ସ ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳୀରାମ ବୋନ୍ଦର (ଭା.ପ୍ର.ସେ), ସମ୍ବଲପୁର ଆରକ୍ଷୀ ଅଧିକ୍ଷକ, ସମ୍ବଲପୁର ମୁକେଶ ଭାମୁ(ଭା.ପୋ.ସେ), ସମ୍ବଲପୁର ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ଆଇନ ବିଭାଗ (ପିଜି ଲ) ସହାୟକ ଅଧ୍ୟକ୍ଷ ଡ. ପ୍ରୟାସ ଦନସନା, ସମ୍ବଲପୁର ଖଣ୍ଡ ର ଦୁର୍ନୀତି ନିବାରଣ ବିଭାଗ ର ଏସପି ଶ୍ରୀ ପ୍ରଦ୍ଯୁମ୍ନ କୁମାର ଦିବେଦୀ, ଆଇ.ଏ.ଏସ ପ୍ରୋବେସନାରୀ ସୁଭ୍ରା ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ।

ଜିଲ୍ଲାପାଳ ସମ୍ବଲପୁର, ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଲନ ସମାରୋହରେ ଯୋଗଦେଇ ଦୁର୍ନୀତିର ମୂଳୋତ୍ପାଟନ କରିବା ପାଇଁ ହେଲେ ଆମକୁ ସଚ୍ଚୋଟ ଓ ସତ୍ୟନିଷ୍ଠ ହେବାକୁ ପଡିବ ବୋଲି କହିଥିଲେ। ଦୁର୍ନୀତି ବିରୋଧରେ ଲଢ଼ିବା କେବଳ ଆମ ପ୍ରଶାସନର ଏକ କର୍ତ୍ତବ୍ୟ ନୁହେଁ, ଏହା ଆମ ସମସ୍ତଙ୍କ ନୈତିକ ଦାୟିତ୍ଵ। ଦୁର୍ନୀତି ଯୋଗୁ ସାଧାରଣ ଲୋକଙ୍କ ବିଶ୍ୱାସ ଆମ ବ୍ୟବସ୍ଥା ଉପରେ ଭାଙ୍ଗି ଯାଏ, ଆମ ଶାସନର ମୂଳଦୁଆକୁ ଦୁର୍ବଳ କରିଦିଏ। ତେଣୁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଦୁର୍ନୀତିରୁ ଦୂରେଇ ରହି ସଚ୍ଚୋଟତାର ସହ ଲୋକଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସମ୍ବଲପୁର ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ଆଇନ ବିଭାଗ (ପିଜି ଲ) ସହାୟକ ଅଧ୍ୟକ୍ଷ ଡ. ପ୍ରୟାସ ଦନସନା ଯୋଗଦେଇ ଦେଶକୁ ଚଳାଇବା ପାଇଁ କିଛି ଲୋକଙ୍କୁ ପାୱାର ଦିଆଯାଇଛି କିନ୍ତୁ ସେହି ପାୱାରକୁ କେମିତି ମନିଟର କରିବା ତାହା ଆମ ଉପରେ ନିର୍ଭର କରେ। ସେଥିଲାଗି ଆମକୁ ଜାଗୃତ ହେବାକୁ ପଡ଼ିବ, ଏହା ବିଶେଷ କରି ଯୁବବର୍ଗଙ୍କ ପାଇଁ ବହୁତ ଜରୁରୀ କାରଣ ସେମାନେ ଆମ ଦେଶର ଭବିଷ୍ୟତ ବୋଲି ସେ ମତବ୍ୟକ୍ତ କରିଥିଲେ। କରପ୍ସନ ପର୍ସେପଶନ ଇଣ୍ଡେକ୍ସରେ ଭାରତର ରାଙ୍କ ୯୬ ଅଛି ବୋଲି ସୂଚନା ଦେଇଥିଲେ। ଦୁର୍ନୀତିର ମୂଳୋତ୍ପାଟନ କେବଳ ପ୍ରଶାସନିକ ଅଧିକାରୀଙ୍କର ଦାୟିତ୍ଵ ନୁହେଁ, ଏହା ଆମର ଦାୟିତ୍ବ ବୋଲି ସେ ପ୍ରକାଶ କରିଥିଲେ। ଆରଟିଆଇ ଏକ ଏମିତି ସରକାରୀ ବ୍ୟବସ୍ଥା ଯାହା ସାଧାରଣ ଲୋକ ମାନଙ୍କୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା କ୍ଷମତା ପ୍ରଦାନ କରେ। ତେଣୁ ସରକାରଙ୍କ ଦ୍ଵାରା ପ୍ରଚଳିତ ନିୟମ କାନୁନ ଅଛି ଯାହାକୁ କାଗଜକଲମରେ ସୀମିତ ନରଖି ତାହାର ଉଚିତ ସଦୁପଯୋଗ କରିବାକୁ ଡ. ପ୍ରୟାସ ଦନସନା ପରାମର୍ଶ ଦେଇଥିଲେ। ଦୁର୍ନୀତିର ମୂଳୋତ୍ପାଟନ କରିବା ହେଲେ ସମାଜ ସବୁ କ୍ଷେତ୍ରରେ ସୁଶାସନ ରହିବା ଆବଶ୍ୟକତା ରହିଛି ବୋଲି କହିଥିଲେ। ଦୁର୍ନୀତି ନିବାରଣ ସଚେତନତା ସପ୍ତାହରେ ମଧ୍ୟ ସ୍କୁଲ ମାନଙ୍କରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ଆଜିର ସଭାରେ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି ସମାରୋହରେ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ଵୟଂ ସହାୟିକ ଗୋଷ୍ଠୀର ସଦସ୍ୟା ମାନେ ଅଂଶ ଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande