
ଗଂଜାମ, 29 ଅକ୍ଟୋବର (ହି.ସ.)
ବାତ୍ୟା ମୋନ୍ଥା ଟଳିଯାଇଥିବାରୁ ଗଂଜାମ ଜିଲାରେ ଆନନ୍ଦର ଲହରୀ ସୃଷ୍ଟି ହୋଇଛି । ତେବେ ତିନି ଦିନ ହେଲା ଲଗାଣ ବର୍ଷା ଲାଗିରହିଥିବାରୁ ଏହା ଚାଷୀଙ୍କ ଚିନ୍ତାର କାରଣ ହୋଇପଡିଛି । ବର୍ଷା ଛାଡିବା ପରେ ଧାନ ଫସଲ ସମେତ ଅନ୍ୟାନ୍ୟ କେଉଁ ଫସଲ କେତେ ପରିମାଣରେ କ୍ଷତି ହୋଇଛି ତାହା ଆକଳନ କରାଯାଇପାରିବ ବୋଲି ଚାଷୀମାନେ ମତବ୍ୟକ୍ତ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ