
ଭୁବନେଶ୍ୱର, ୨୯ ଅକ୍ଟୋବର (ହି.ସ)- ରାଜ୍ୟ ଅତିଥି ଭବନରେ ଜାତୀୟ ଓବିସି କମିଶନ ଅଧ୍ୟକ୍ଷ ହଂସରାଜ ଗଙ୍ଗାରାମ ଅହୀର ଶୁଣାଣୀ ଆରମ୍ଭ କରିଛନ୍ତି। ଏହି ଅବସରରେ କମିଶନଙ୍କୁ ବିଭିନ୍ନ ଭେଟି ଜାତି ବର୍ଗର ପ୍ରତିନିଧି ନିଜ ଜାତି ବର୍ଗକୁ କିଭଳି ପଛୁଆବର୍ଗରେ ସାମିଲ କରାଯିବ ସେନେଇ ଦାବି ଉପସ୍ଥାପନ କରୁଛନ୍ତି। ଏହି କ୍ରମରେ ରାଜନୈତିକ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସର ନେତା ମଧ୍ୟ ଜାତୀୟ ଓବିସି କମିଶନ ଅଧ୍ୟକ୍ଷଙ୍କୁ ଭେଟି ଓଡ଼ିଶାରେ ଯେଉଁ ଜାତି ପଛୁଆ ବର୍ଗ ଓବିସି କିଭଳି ସାମିଲ ହେବାକୁ ନେଇ ଦାବି ଉପସ୍ଥାପନ କରୁଛନ୍ତି। ଆଜି କମିଶନଙ୍କୁ ୫୦ ରୁ ଅଧିକ ବିଭିନ୍ନ ଜାତି ବର୍ଗର ପ୍ରତିନିଧି ନିଜ ଜାତିକୁ ପଛୁଆ ବର୍ଗରେ ସାମିଲ କରିବା ପାଇଁ ଦାବି ଉପସ୍ଥାପନ କରିଛନ୍ତି।
ଶୁଣାଣି ପୂର୍ବରୁ ଓବିସି କମିଶନ ଅଧ୍ୟକ୍ଷ ହଂସରାଜ ଗଙ୍ଗାରାମ ଅହୀର କହିଥିଲେ ଯେଉଁ ଜାତି ପଛୁଆ ବର୍ଗରେ ସାମିଲ ହୋଇ ନାହାନ୍ତି। ସେମାନେ କିଭଳି ପଛୁଆ ବର୍ଗରେ ସାମିଲ ହେବେ। ତାକୁ ନେଇ ବିଭିନ୍ନ ଦିଗରୁ ତର୍ଜମା କରି ପଦକ୍ଷେପ ଗ୍ରହଣ କରାଯିବ। ସେହିପରି ଏହାକୁ ନେଇ ରାଜ୍ୟ ସରକାର ଯେଉଁ ରିପୋର୍ଟ ଦେବେ ତାଉପରେ ମଧ୍ୟ ବିଚାର ବର୍ମଶ କରାଯିବ। ଏହି ଅବସରରେ ବିଭିନ୍ନ ବଞ୍ଚିତ ଜାତିବର୍ଗଙ୍କୁ ଜାତୀୟ ପଛୁଆବର୍ଗ ତାଲିକାଭୁକ୍ତ କରିବା ସମ୍ପର୍କରେ ଶୁଣାଣି ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା