ଶାନ୍ତି ନଗରରେ ଘର ଭିତରେ ଦୁଇ ଫୁଟର ପାଣି
ଗଂଜାମ, 29 ଅକ୍ଟୋବର (ହି.ସ.) ବ୍ରହ୍ମପୁର ବିଏମସିର ଦୁଇ ନମ୍ବର ୱାର୍ଡର ଶାନ୍ତି ନଗର ଅଂଚଳରେ ଗତକାଲି ଅପରାହ୍ନରୁ ଶତାଧିକ ପରିବାରରେ ଡ୍ରେନ ପାଣି ଦୁଇଫୁଟ ଉଚ୍ଚରେ ଲହଡି ମାରୁଛି। ଏହି ଅଂଚଳର ଜନସାଧାରଣ ଅଖିଆ ଅପିଆ ଅବସ୍ଥାରେ ରହିଛନ୍ତି । ଲୋକେ ପଂପ ଦ୍ୱାରା ଘରୁ ଜଳ ନିଷ୍କାସିତ କରିବାକୁ ଲାଗି
ଶାନ୍ତି ନଗରରେ ଘର ଭିତରେ ଦୁଇ ଫୁଟର ପାଣି


ଗଂଜାମ, 29 ଅକ୍ଟୋବର (ହି.ସ.)

ବ୍ରହ୍ମପୁର ବିଏମସିର ଦୁଇ ନମ୍ବର ୱାର୍ଡର ଶାନ୍ତି ନଗର ଅଂଚଳରେ ଗତକାଲି ଅପରାହ୍ନରୁ ଶତାଧିକ ପରିବାରରେ ଡ୍ରେନ ପାଣି ଦୁଇଫୁଟ ଉଚ୍ଚରେ ଲହଡି ମାରୁଛି। ଏହି ଅଂଚଳର ଜନସାଧାରଣ ଅଖିଆ ଅପିଆ ଅବସ୍ଥାରେ ରହିଛନ୍ତି । ଲୋକେ ପଂପ ଦ୍ୱାରା ଘରୁ ଜଳ ନିଷ୍କାସିତ କରିବାକୁ ଲାଗିଛନ୍ତି। ନିୟମିତ ବର୍ଷାଦିନ ପୂର୍ବରୁ ବିଇଏମସି ପକ୍ଷରୁ ନାଳ ସଫା କରାଯାଉନଥିବାରୁ ଲୋକେ ଏଭଳି ସମସ୍ୟା ଭୋଗୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande