
ଭୁବନେଶ୍ୱର, ୨୯ ଅକ୍ଟୋବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଦୁଇଟି ସ୍ଥାନରେ ଅତି ଭୀଷଣ ବର୍ଷା ହୋଇଥିବା ବେଳେ ୩୧ଟି ସ୍ଥାନରେ ଭୀଷଣ ବର୍ଷା ଏବଂ ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଗଜପତି ଜିଲ୍ଲାର ଗୋସାଣିରେ ସର୍ବାଧିକ ୧୫୦.୫ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ୧୧୭.୪ ମି.ମି., ବାଲେଶ୍ୱର ଜିଲ୍ଲାର ଜଇପୁରରେ ୧୦୯.୮ ମି.ମି., ମୟୂରଭଞ୍ଜ ଜିଲ୍ଲାର ଉଦଳାରେ ୧୦୫.୦ ମି.ମି., ଗଞ୍ଜାମ ଜିଲ୍ଲାର ପୁରୁଷୋତମପୁରରେ ୧୦୦.୬ ମି.ମି., ବାଲେଶ୍ୱର ଜିଲ୍ଲାର ନିଳଗିରିରେ ୯୪.୦ ମି.ମି., ଗଜପତି ଜିଲ୍ଲାର ଗୁମ୍ମାରେ ୯୪.୦ ମି.ମି., ବାଲେଶ୍ୱର ଜିଲ୍ଲାର ବାଲେଶ୍ୱରରେ ୯୩.୮ ମି.ମି., କେନ୍ଦ୍ରାପଡ଼ା ଜିଲ୍ଲାର ଆଳିରେ ୯୧.୦ ମି.ମି., କୋରାପୁଟ ଜିଲ୍ଲାର ପଟାଙ୍ଗିରେ ୮୯.୨ ମି.ମି., ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡିରେ ୮୭.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାରେ ୮୫.୦ ମି.ମି. ଏବଂ ବେତନଟିରେ ୮୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବୁଧବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ