କୋରାପୁଟ ଜିଲ୍ଲାରେ ବର୍ଷାର ତାଣ୍ଡବ
ଜୟପୁର, 3 ଅକ୍ଟୋବର (ହି.ସ.) କୋରାପୁଟ ଜିଲ୍ଲା ରେ ବର୍ଷା ର ତାଣ୍ଡବ ପୋଲ ଉପରେ ପାଞ୍ଚ ଫୁଟ ର ପାଣି। କୋରାପୁଟ ରାୟଗଡ଼ା କୁ ସଂଯୋଗ କରୁଥିବା 326 ନମ୍ବର ଜାତୀୟ ରାଜପଥ ର ବଙ୍ଗଳାଗୁଡା ନିକଟ ଅସ୍ଥାୟୀ ପୋଲ ଉପରେ ପାଞ୍ଚ ଫୁଟ ର ପାଣି ପ୍ରବାହିତ ହେଉଛି। ଗମନାଗମନ ସମ୍ପୂର୍ଣ୍ଣ ଠପ।ଉଭୟେ ପାଶ୍ୱର୍ରେ ଅଟକ
କୋରାପୁଟ ଜିଲ୍ଲା ରେ ବର୍ଷାର ତାଣ୍ଡବ


କୋରାପୁଟ ଜିଲ୍ଲା ରେ ବର୍ଷା ର ତାଣ୍ଡବ


କୋରାପୁଟ ଜିଲ୍ଲା ରେ ବର୍ଷା ର ତାଣ୍ଡବ


ଜୟପୁର, 3 ଅକ୍ଟୋବର (ହି.ସ.)

କୋରାପୁଟ ଜିଲ୍ଲା ରେ ବର୍ଷା ର ତାଣ୍ଡବ ପୋଲ ଉପରେ ପାଞ୍ଚ ଫୁଟ ର ପାଣି। କୋରାପୁଟ ରାୟଗଡ଼ା କୁ ସଂଯୋଗ କରୁଥିବା 326 ନମ୍ବର ଜାତୀୟ ରାଜପଥ ର ବଙ୍ଗଳାଗୁଡା ନିକଟ ଅସ୍ଥାୟୀ ପୋଲ ଉପରେ ପାଞ୍ଚ ଫୁଟ ର ପାଣି ପ୍ରବାହିତ ହେଉଛି। ଗମନାଗମନ ସମ୍ପୂର୍ଣ୍ଣ ଠପ।ଉଭୟେ ପାଶ୍ୱର୍ରେ ଅଟକି ରହିଛି ଗାଡ଼ି। ସାମାନ୍ୟ ବର୍ଷା ହେଲେ ଅସ୍ଥାୟୀ ପୋଲ ଟି ବୁଡ଼ିଯାଏ। ଯଦିଓ ସ୍ଥାୟୀ ପୋଲ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି କିନ୍ତୁ ଏ ପର୍ଯ୍ୟନ୍ତ ଶେଷ ହୋଇ ପାରି ନାହି।କାର୍ଯ୍ୟର ମନ୍ତର ଗତି ଓ ଜାତୀୟ କତୃପକ୍ଷ ଏବଂ କାମ କରୁଥିବା ଠିକା କମ୍ପାନୀ ର ମନମାନି ଯୋଗୁଁ ଏପରି ହେଉଥିବା ସାଧାରଣ ରେ ଅଭିଯୋଗ ହେଉଛି। ଯଦିଓ ସେପଟେମ୍ଭର ମାସରେ ଠିକା ନେଇଥିବା କମ୍ପାନୀ ର କାର୍ଯ୍ୟକାଳ ଶେଷ ହୋଇଛି ତଥାପି କାର୍ଯ୍ୟ ଏ ପର୍ୟ୍ୟନ୍ତ ସରୁ ନାହିଁ ଯାହା ଫଳରେ ଯାତ୍ରି ନାହି ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଯଦି କୋରାପୁଟ ସଦର ମହଲୁମା କୁ ଯିବାକୁ ପଡ଼େ ତାହା ହେଲେ ଲୋକେ ଏବଂ ଯାନବାହାନ ଗୁଡ଼ିକ ମୋହନପଡ଼ା ଦେଇ ଚାଲିଶି କିଲୋମିଟର କିମ୍ବା ଏ ମାଲକାନଗିରି ଦେଇ ପଚାଶ କିଲୋମିଟର ଯିବାକୁ ପଡ଼ିଥାଏ। ସେହିପରି କୋରାପୁଟ - ମାରୀୟା ସେଣ୍ଟର୍ କୁ ପ୍ରାର୍ଥନା କରିବାକୁ ଯାଇଥିଲେ ଖ୍ରୀଷ୍ଟଧରମାବଲମ୍ବି ଲୋକେ। କିନ୍ତୁ କଲଭଟ ଭାଙ୍ଗି ଯିବାରୁ ପଚାଶ ରୁ ଅଧିକ ଲୋକ ଚର୍ଚ ଭିତରେ ଫସି ରହିଛନ୍ତି। ଘଟଣା ଘଟିଛି କୋରାପୁଟ ସଦର ପୋଡ଼ାଗଡ ନିକଟ ମାରିୟା ସେଣ୍ଟର ରେ। ରାସ୍ତାରେ ସମସ୍ତେ ଯିବା ଆସିବା କରନ୍ତି ସେଇ ରାସ୍ତାର କଲଭଟ ଭାଙ୍ଗିପଡ଼ିଛି। ସେହିପରି କୋରାପୁଟ ଆରୁକୁ ରେଳ ପଥରେ ରେଳ ଚଳା ଚଳ ବନ୍ଦ,ପାହାଡ ଧସିଲା ଡୁମୁରିପୁଟ – ଦାମନଯୋଡି ମଧ୍ୟରେ ରେଳ ଧାରଣା ଉପରେ ପଡ଼ିଲା ରାୟଗଡ଼ା ରେଳ ପଥର ଲିଲିଗୁମା, ଭାଲୁମସ୍କା ନିକଟରେ ରେଳ ଧାରଣା ଉପରେ ପାଣି ଜମି ରହିଛି । ଟ୍ରେନ ଚଳା ଚଳ କୁ ସ୍ଥଗିତ ରଖାଯାଇଛି । ଜଗଦଲପୁର ଅଭିମୁଖେ ଯାଉଥିବା ସମଲେଶ୍ବରୀ ଟ୍ରେନ କେଉଟ ଗୁଡା ନିକଟରେ ୨ଘଣ୍ଟା ଧରି ଅଟକି ରହିଥିଲା ।ଲଗାଣ ବର୍ଷା ର ପ୍ରଭାବ ରେ ପାହାଡ଼ରୁ ମାଟି ଧସିଛି । ରେଳ ଧାରଣା ଉପରେ ପଡିଛି ଛୋଟ ଛୋଟ ପଥର ଓ ମାଟି । କୋରାପୁଟ – ଦାମନଯୋଡ଼ି ଷ୍ଟେସନ ମଧ୍ୟରେ ଡୁମୁରିପୁଟ ଦାମନଯୋଡି ରେଳପଥ ର ୧୩/୨୨ ଓ ୧୪/୧୬ କିମି ନିକଟରେ ପାହାଡ଼ରୁ ମାଟି ଓ ପଥର ଧସି ରେଳ ଧାରଣା ଉପରେ ଜମି ରହିଛି । ୨ଟି ଲାଇନ୍ ମଧ୍ୟରୁ ଡାଉନ୍ ଲାଇନ୍ ଉପରେ ମାଟି ଓ ପଥର ପଡ଼ିଥିବାରୁ ଗାଡ଼ି ଚଳା ଚଳ ବନ୍ଦ ରହିଛି । ଅପ ଲାଇନ୍ ରେ ଗାଡ଼ି ଚଳା କରିବ ବୋଲି ରେଳ କତୃପକ୍ଷ ସୂଚନା ଦେଇଛନ୍ତି । କୋରାପୁଟ ରୁ ଉଧାର କାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ସଫେଇ କାମ ଜାରି ରଖୁଛି । କୋରାପୁଟ – ରୟାଗଡା ରେଳ ଲାଇନ ଓ କୋରାପୁଟ – ବିଶାଖାପାଟଣା ରେଳ ଲାଇନରେ ରେଳ ଚଳାଚଳ ଠପ୍। ପାହାଡ଼ରୁ ମାଟି ଅତଡ଼ା ଓ ପଥର ଖସିବା ସହିତ ଗଛ ଡାଳ ଖସି ବିଦ୍ୟୁତ ତାର ଛିଣ୍ଡି ରେଳ ଚଳାଚଳ ଠପ ହୋଇଥିବାବେଳେ ୨ ଟି ଟ୍ରେନ ବାତିଲ ହୋଇଛି। ବର୍ଷା ର ତାଣ୍ଡବ ଯୋଗୁଁ ଦଶହରା ଫିକା ପଡ଼ିଥିବା ବେଳେ ଜୟପୁର ରେ ଗୁରୁବାର ରାବଣ ପୋଡି ବନ୍ଦ ହୋଇଥିଲା l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande