ଆଜି ସିଂହଦ୍ଵାରରେ ଗୋଷାଣୀ ଯାତ
ପୁରୀ, ୩ ଅକ୍ଟୋବର (ହି.ସ.)- ଶ୍ରୀକ୍ଷେତ୍ରର ବିଭିନ୍ନ ସାହିର ପୂଜା ମଣ୍ଡପରୁ ଦେବୀଙ୍କ ମୃଣ୍ମୟୀ ମୂର୍ତି ମେଢ଼ ସହ ପଟୁଆରରେ ଆସି ଆଜି ସଂନ୍ଧ୍ୟାରେ ଶ୍ରୀମନ୍ଦିର ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହେବାକୁ ଥିବା ଗୋଷାଣୀ ଯାତରେ ଯୋଗଦେବେ । ସିଂହଦ୍ୱାର ସମ୍ମୁଖରେ ଗୋଷାଣୀ ମେଲଣ ବା ଦେବୀ ସଭା ଅନୁଷ୍ଠିତ ହେବ ।
ଆଜି ସିଂହଦ୍ଵାରରେ ଗୋଷାଣୀ ଯାତ


ପୁରୀ, ୩ ଅକ୍ଟୋବର (ହି.ସ.)- ଶ୍ରୀକ୍ଷେତ୍ରର ବିଭିନ୍ନ ସାହିର ପୂଜା ମଣ୍ଡପରୁ ଦେବୀଙ୍କ ମୃଣ୍ମୟୀ ମୂର୍ତି ମେଢ଼ ସହ ପଟୁଆରରେ ଆସି ଆଜି ସଂନ୍ଧ୍ୟାରେ ଶ୍ରୀମନ୍ଦିର ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହେବାକୁ ଥିବା ଗୋଷାଣୀ ଯାତରେ ଯୋଗଦେବେ । ସିଂହଦ୍ୱାର ସମ୍ମୁଖରେ ଗୋଷାଣୀ ମେଲଣ ବା ଦେବୀ ସଭା ଅନୁଷ୍ଠିତ ହେବ । ଆଜି ସକାଳୁ ବିଭିନ୍ନ ମଣ୍ଡପ ଗୁଡିକରେ ଗୋଷାଣୀ ଫିଟାଯାଇ ଶୋଭାଯାତ୍ରାରେ ନିଆଯିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି । ଗୋଷାଣୀ ଯାତରେ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande