୬ କେଜି ଗଞ୍ଜେଇ ଜବତ, ୨ ଗିରଫ
ମାଲକାନଗିରି, ୩୦ ଅକ୍ଟୋବର (ହି.ସ.)- କାଲିମେଳା ପୋଲିସ ଗତକାଲି ଦିନବେଳେ ପାଟ୍ରୋଲିଂ କରୁଥିବା ସମୟରେ, ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇ ଜାତୀୟ ରାଜପଥ ୩୨୬ କାଲିମେଳା-ମାଲକାନଗିରି ରାସ୍ତାର ଏମପିଭି ୩୧ ଗ୍ରାମ ନିକଟରେ ଦୁଇ ଅଭିଯୁକ୍ତ ଏକ ଏୟାର ବ୍ୟାଗରେ ଲୁଚାଇ ବେଆଇନ ଭାବରେ ଚୋରାରେ ଗଞ୍ଜେଇକ
୬କେଜି ଗଞ୍ଜେଇ ଜବତ ୨ଗିରଫ


ମାଲକାନଗିରି, ୩୦ ଅକ୍ଟୋବର (ହି.ସ.)- କାଲିମେଳା ପୋଲିସ ଗତକାଲି ଦିନବେଳେ ପାଟ୍ରୋଲିଂ କରୁଥିବା ସମୟରେ, ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇ ଜାତୀୟ ରାଜପଥ ୩୨୬ କାଲିମେଳା-ମାଲକାନଗିରି ରାସ୍ତାର ଏମପିଭି ୩୧ ଗ୍ରାମ ନିକଟରେ ଦୁଇ ଅଭିଯୁକ୍ତ ଏକ ଏୟାର ବ୍ୟାଗରେ ଲୁଚାଇ ବେଆଇନ ଭାବରେ ଚୋରାରେ ଗଞ୍ଜେଇକୁ ଆନ୍ଧ୍ରପ୍ରଦେଶ ପରିବହନ କରିବା ପାଇଁ ନେଉଥିଲେ। ଚୋରା ଗଞ୍ଜେଇର ସନ୍ଧାନ ଏବଂ ଜବତ କରିବା ସମୟରେ, ପୋଲିସ ଏନଡିପିଏସ ଆଇନର ସମସ୍ତ ବାଧ୍ୟତାମୂଳକ ବ୍ୟବସ୍ଥା ଅନୁସରଣ କରି ନିର୍ବାହୀ ମାଜିଷ୍ଟ୍ରେଟ ଏବଂ ସାକ୍ଷୀଙ୍କ ଉପସ୍ଥିତିରେ ଅଭିଯୁକ୍ତମାନଙ୍କ କବଜାରୁ ୬ କେଜି ଗଞ୍ଜେଇ ଜବତ କରିବା ସହ ସେମାନଙ୍କ ଠାରୁ ଗୋଟିଏ ମୋବାଇଲ୍ ଫୋନ୍

ଦୁଇଟି ଆଧାର କାର୍ଡ, ଦୁଇଟି ପାନ କାର୍ଡ, ନଗଦ ଟଙ୍କା ୬୦୦୦ ଟଙ୍କା ଜବତ କରିଥିଲେ। ଗିରଫ ଅଭିଯୁକ୍ତ ମାନେ ହେଲେ ତେଲେଙ୍ଗାନା ରାଜ୍ୟ ଜଗିତିଆଲ ଜିଲ୍ଲାର ତାତିପାମୁଲା ଭାମସି ଓ ରାଚରଲା ଭାମସି। ଅଭିଯୁକ୍ତ ଦ୍ଵୟଙ୍କୁ ଗିରଫ କରାଯାଇ ଆଜି କୋର୍ଟଚାଲାଣ କରାଯାଇଛି।

ଏ ସମ୍ପର୍କରେ କାଲିମେଳା ପିଏସ୍ କେସ୍ ନଂ. ୨୫୮, ତାରିଖ ୨୯.୧୦.୨୦୨୫, ୟୁ/ଏସ୍-୨୦(ବି)(ଆଇ)(ବି)ଏନଡିପିଏସ୍ ଆକ୍ଟ. ୧୯୮୫ ପଞ୍ଜିକୃତ ହୋଇଛି ଏବଂ ତଦନ୍ତ ଚାଲିଛି ବୋଲି କାଲିମେଳା ଥାନା ଆଇଆଇ ସି ମୁକୁନ୍ଦ ମେଲକା ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande