ଭିତିଭୁମି ନ ଯୋଗାଇବା ପର୍ଯ୍ୟନ୍ତ ୟୁଏଏସ ଲାଗୁ ନ କରିବାକୁ ଦାବି
ଜୟପୁର, ୩୦ ଅକ୍ଟୋବର (ହି.ସ.) - ଭିତିଭୁମି ନ ଯୋଗାଇବା ପଯ୍ୟନ୍ତ ୟୁଏଏସ ଲାଗୁ ନ କରିବାକୁ ଆଜି ଜୟପୁର ପ୍ରାଥମିକ ଶିକ୍ଷକଙ୍କ ଦାବି କରିଛି । ଏନେଇ ଜୟପୁର ଗୋଷ୍ଠି ଶିକ୍ଷାଧିକାରି ଚନ୍ଦନ କୁମାର ନାୟକଙ୍କୁ ପ୍ରଦାନ କରାଯାଇଥିଲା। ସଂଘ ସଭାପତି ଦେବି ପ୍ରସାଦ ଦାସ ଓ ସମ୍ପାଦକ ପ୍ରଦିପ କୁମାର ମିଶ୍ର ଦାବ
ଭିତ୍ତି ଭୁମି ନଯୋଗାଇବା ପଯ୍ୟନ୍ତ ୟୁଏଏସ ନାଗୁ ନକରିବାକୁ ଦାବି


ଜୟପୁର, ୩୦ ଅକ୍ଟୋବର (ହି.ସ.) - ଭିତିଭୁମି ନ ଯୋଗାଇବା ପଯ୍ୟନ୍ତ ୟୁଏଏସ ଲାଗୁ ନ କରିବାକୁ ଆଜି ଜୟପୁର ପ୍ରାଥମିକ ଶିକ୍ଷକଙ୍କ ଦାବି କରିଛି । ଏନେଇ ଜୟପୁର ଗୋଷ୍ଠି ଶିକ୍ଷାଧିକାରି ଚନ୍ଦନ କୁମାର ନାୟକଙ୍କୁ ପ୍ରଦାନ କରାଯାଇଥିଲା। ସଂଘ ସଭାପତି ଦେବି ପ୍ରସାଦ ଦାସ ଓ ସମ୍ପାଦକ ପ୍ରଦିପ କୁମାର ମିଶ୍ର ଦାବି ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ଶିକ୍ଷକ ମାନେ ଅନେକ ଅଣଶିକ୍ଷାଦାନ ତଥା ସମସ୍ତ କାଯ୍ୟକୁ ଅନ ଲାଇନ ମାଧ୍ୟମରେ କରୁଛନ୍ତି । ରାଜ୍ୟରେ ୬୦ ଭାଗ ବିଦ୍ୟାଳୟକ୨ ଜଣ ଶିକ୍ଷକରେ ଚାଲୁଛି । ତେଣୁ ବୋଝ ଉପରେ ନଳିତା ବିଢା ଭିଳି ପୁଣି ୟୁଏଏସ ଲାଗୁ କରିବାକୁ ବାଧ୍ୟ କରାଯାଉଛି । ଉପଯୁକ୍ତ ଭିତି ଭୁମି ତଥା ଲାପଟେପ, ନେଟ ପେକ, ସିମ କାର୍ଡ ଏବଂ ଶିକ୍ଷକ ନିଯୁକ୍ତି ନଦେବା ପଯ୍ୟନ୍ତ ଏହାକୁ କାଯ୍ୟକାରି ନକରିବାକୁ ଫେଡରେସନ ତରଫରୁ ଦୁର୍ଘ ଦିନ ଧରି ଦାବି କରାଯାଇଛି। ତେଣୁ ଶିକ୍ଷକ ମାନଙ୍କର ସମୁହ ସ୍ୱାର୍ଥ ଦୃଷ୍ଟିରୁ ଉପଯୁକ୍ତ ଭିତିଭୂମି ନ ଯୋଗାଇବା ପଯ୍ୟନ୍ତ ୟୁଏଏସ କାଯ୍ୟକାରିତାକୁ ସ୍ଥଗିତ ରଖାଯାଉ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande