
ଘଟଗାଁ , 30 ଅକ୍ଟୋବର (ହି.ସ.)- ସ୍ଥାନୀୟ ବ୍ଲକ ଅନ୍ତର୍ଗତଦେହୁରୀ ପଶି ସରକାରୀ ବାଳିକା ଆଶ୍ରମ ବିଦ୍ୟାଳୟ ପରିସରରେ ଘଟଗାଁ ଅଗ୍ନିଶମ ବିଭାଗ ପକ୍ଷରୁ ଦିନିକିଆ ବିପର୍ଯ୍ୟୟ ଓ ଅଗ୍ନି ନିରାପତ୍ତା କାର୍ଯ୍ୟକ୍ରମ ଶିବିର ଅନୁଷ୍ଠିତ ହୋଇଯାଇଛି . ଏଥିରେ ବିଦ୍ୟାଳର ୩୨୦ଜଣ ଛାତ୍ରୀ ଯୋଗଦେଇ ବିପର୍ଯଞୟ ଅଗ୍ନିନିରାପତ୍ତା ସମ୍ବନ୍ଧୀୟ କୌଶଳ ଶିକ୍ଷା କରିଥିଲେ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟରେ କିପରି ନିଜ ସହ ଅନ୍ୟମାନଙ୍କୁ ରକ୍ଷା କରିପାରିବେ ସେ ବିଷୟରେ ସେଚତନ କରାଇବା ସହ ଅଗ୍ନି ବିପତିରୁ ଉଦ୍ଧାର ପାଇଁ କୌଶଳର ଡେମୋ ପ୍ରଦର୍ଶନ କରାଯାଇଥିଲା । ଅଗ୍ନିଶମ ଅଧିକାରୀ ପୂର୍ଣଚନ୍ଦ୍ରପଣ୍ଡା ଆସ୍ତିକ ବାଦା ଜ୍ୟୋଷ ଚନ୍ଦ୍ର ମୁଦୁଲି ଗୋଲକ ପ୍ରସାଦ ବେହେରା , ରମେଶ ଚନ୍ଦ୍ର ମାରାଣ୍ଡି , ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତନାୟକ ସମେତ ଡମ୍ବରୁ ଧର ଦାସ, ଜ୍ୟୋତିର୍ମୟୀ ଦାସ ,ପ୍ରିୟଙ୍କା ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ