
କେନ୍ଦୁଝର, ୩୦ ଅକ୍ଟୋବର (ହି.ସ.) - ମତ୍ସ୍ୟ ଓ ପ୍ରାଣୀସମ୍ପଦର ଅଭିବୃଦ୍ଧି, ରାଜ୍ୟର ଚାଷୀଙ୍କ ସମୃଦ୍ଧି ଏହି ନାରାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ଓଡିଶା ସରକାରଙ୍କ ତରଫରୁ ରାଜ୍ୟର ପ୍ରତି ବ୍ଲକରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୫ ଅୟୋଜିତ ହେଉଛି। ଏହି କ୍ରମରେ ଆଜି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ର ସାଇଁକୁଳ ପ୍ରାଣୀ ଚିକିତ୍ସାଳୟ ପରିସରରେ ବ୍ଲକ୍ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପ୍ରାଣୀ ଚିକିତ୍ସା ଅଧୂକାରୀ ଡ.ସରୋଜ ମହାନ୍ତି ଙ୍କ ସଂଯୋଜନାରେ ଏବଂ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାକାରୀ ଡ. ଚନ୍ଦ୍ରଶେଖର ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମେଳାରେ ମୁଖ୍ୟ ଅତିଥ୍ ଭାବେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ସମ୍ମାନିତ ଅତିଥ୍ ଭାବେ ଉପଜିଲ୍ଲାପାଳ ନିଳମାଧବ ସୁନା, ଘସିପୁରା ଗୋଷ୍ଠୀ ଉନ୍ନୟନ ଅଧୁକାରୀ ବିନିତା ବିଜୟିନୀ, ଉପ ମତ୍ସ୍ୟ ନିର୍ଦ୍ଦେଶକ କେନ୍ଦୁଝରଜୋନ ପ୍ରମୋଦ ରଥ, ସାଂସଦ ପ୍ରତିନିଧ ଶିବେନ୍ଦ୍ର ଚକ୍ର, ଜିଲ୍ଲାପରିଷଦ ସଦସ୍ୟ ସଂଜୟ ମଲ୍ଲିକ, ମଧୁସ୍ମିତା ଦାସ ପ୍ରମୁଖ ଯୋଗଦେଇ ଏହି ମେଳାକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଘସିପୁରା ବିଧାୟକ ଶ୍ରୀଯୁକ୍ତ ପାତ୍ର ମତ୍ସ୍ୟ ଓ ପ୍ରାଣୀଚିକିତ୍ସା ବିଭାଗ ଓଡିଶା ସରକାରଙ୍କ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନକ୍ଷେତ୍ରରେ ମିଳୁଥିବା ସବସିଡି ଓ ଆକ ସହାୟତା ଯୋଗୁଁ ଉନ୍ନତି କରିବା ସହ କିପରି ଅଧୁକ ଉନ୍ନତି କରି ରାଜ୍ୟ ସୁରରେ ବ୍ଲକ ର ନାମକୁ ଲିପିବଦ୍ଧ କରିପାରିବ ସେ ନେଇ ସମସ୍ତଙ୍କ ସହଯୋଗ ଲୋଡିବେ ବୋଲି କହିଥିଲେ। ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସୁନା କହିଥିଲେ ଯେ ପ୍ରତିକୂଳ ପାଣିପାଗ ସତ୍ୱେ ଏହାକୁ ଖାତିର ନକରି ଏତେ ଲୋକଙ୍କ ସମାଗମ ହୋଇଥିବା କହିବା ସହ ଲୋକ ଲୋକଙ୍କ ଆଗ୍ରହ ଥିବା ମତବ୍ୟକୁ କରିଥିଲେ। ସହ ସଂଯୋଜକ ସହକାରୀ ମତ୍ସ୍ୟ ଅଧୂକାରୀ ପାବନୀ ପ୍ରସାଦ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ଳକ ପ୍ରାଣୀଚିକିତ୍ସାଧୀକାରୀଙ୍କ ନିରନ୍ଧର ପ୍ରଚେଷ୍ଟା ଯୋଗୁଁ ବ୍ଲକ୍ରେ ଗୋପାଳକଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଥିବା କହିଥିଲେ। ବ୍ଳକ ଅଂଚଳର ସମସ୍ତ ପଂଚାୟତରେ ସ୍ୱୟଂ ସହାୟକ ଗୋଷ୍ଠୀମାନେ ନିଜେ ଆତ୍ମନିର୍ଭରଶୀଳ ହେବା ପାଇଁ ମାଛ ଚାଷକୁ କୁ ଆପଣେଇଛନ୍ତି । ପଂଚାୟତରୁ ଲିଜ୍ରେ ଗାଁ ପୋଖରୀକୁ ଆଣି ସରକାରଙ୍କ ନିର୍ଦ୍ଦଶୋନାମା ଅନୁଯାୟୀ ମାଛ ଚାଷ କରି ସବସିଡ ପାଇ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ମହିଳାମାନେ। ମାଛ ଚାଷ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ଉପସ୍ଥିତ ଲୋକଙ୍କୁ ମଧ୍ୟ ବିଭାଗ ତରଫରୁ ଅବଗତ କରାଯାଇଥିଲା ।
ସେହିପରି ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋପାଳନ ଯୋଜନାରେ ୬୦ ରୁ ୭୦ ପ୍ରତିଶତ ରିହାତି, ମଇଁଷି ପାଳନ ଉଦ୍ୟୋଗ ପାଇଁ ୬୦ ରୁ ୭୦ ପ୍ରତିଶତ ସହାୟତା, ଓମଫେଡ ଗୋପାଳକଙ୍କ ପାଇଁ ବାଛୁରୀ ପାଳନ ଯୋଜନା ସହ ଅନ୍ୟ ଯୋଜନା ବାବଦରେ କୁହାଯାଇଥିଲା। ଏହି ଅବସରରେ ଶ୍ରୀ ଅନ୍ନ ଅଭିଯାନରେ କୃଷି ବିଭାଗ ଏ ଏବଂ ୱାର୍ଡ ସଂଗଠନ ତରପ ଚରଫରୁ ଏକ ଖାଦ୍ୟମେଳା ପ୍ରଦର୍ଶିତ କରାଯାଇଥିଲା। ଏହି ଅବସ ଅବସରରେ ୮ ଜଣ ଅଗ୍ରଣୀ କୃଷକ, ୮ ଜଣଙ୍କୁ ବିଭିନ୍ନ ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶପତ୍ର ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅତିଥ୍ ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଦେଓଗାଁ ସହକାରୀ ପ୍ରାଣୀ ଚିକିତ୍ସାଧୂକାରୀ ଶିବପ୍ରସାଦ ନାଏକ, ପୁରୁଣାବାନ୍ଧ ଗୋଡା ପ୍ରାଣୀ ଧନ ନିରିକ୍ଷକ ରଂଜନ ସାହୁ, ଘସିପୁରା ପ୍ରାଣୀ ଚିକିତ୍ସାଳୟ ପୋଗ୍ରାମ ଆସିଷ୍ଟାଂଟ ମିର୍ଜା ହାଇଦର ଅଲ୍ଲୀ ବେଗ୍ ଙ୍କସହ କାର୍ଯ୍ୟରତ ସମସ୍ତ ପ୍ରାଣୀ ଧନ ନିରିକ୍ଷକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA