କୋରାପୁଟ ସରକାରି ପଲିଟେକ୍ନିକ୍ ତରଫରୁ ରକ୍ତଦାନ ଶିବିର ଆୟୋଜିତ : ୪୫ ୟୁନିଟ ରକ୍ତ ସଂଗୃହୀତ
ଜୟପୁର, ୩୦ ଅକ୍ଟୋବର (ହି.ସ.) - ଜୟପୁର ରଣ୍ଡାପାଲୀ ସ୍ଥିତ କୋରାପୁଟ ସରକାରି ପଲିଟେକ୍ନିକ୍ ଓ ଏଫ ବି ଡି ଓ ଓ ତରଫରୁ ପଲିଟେକ୍ନିକ୍ ଅଡିଟୋରିଅମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ଶିବିରକୁ ମହାବିଦ୍ୟାଳୟର ଅଧକ୍ଷ କୃଷ୍ଣ ଚନ୍ଦ୍ର ରାଉତ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ରିବନ
କୋରାପୁଟ ସରକାରି ପଲିଟେକ୍ନିକ୍ ତରଫରୁ  ରକ୍ତଦାନ ଶିବିର ଆୟୋଜିତ ୪୫ ୟୁନିଟ ରକ୍ତ ସଂଗୃହୀତ।


ଜୟପୁର, ୩୦ ଅକ୍ଟୋବର (ହି.ସ.) - ଜୟପୁର ରଣ୍ଡାପାଲୀ ସ୍ଥିତ କୋରାପୁଟ ସରକାରି ପଲିଟେକ୍ନିକ୍ ଓ ଏଫ ବି ଡି ଓ ଓ ତରଫରୁ ପଲିଟେକ୍ନିକ୍ ଅଡିଟୋରିଅମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ଶିବିରକୁ ମହାବିଦ୍ୟାଳୟର ଅଧକ୍ଷ କୃଷ୍ଣ ଚନ୍ଦ୍ର ରାଉତ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ରିବନ କାଟି ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥଲେ। ଓଡିଶା ବ୍ଲଡ଼ ବ୍ୟାଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡ଼ାଃ ରିତିକ୍ ପାଢ଼ୀ,ଜ୍ୟୋତି ପଣ୍ଡା, ପ୍ରମୋଦ ଖିଲ ଓ ତାଙ୍କ ଟିମ୍ ୪୫ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। କୋରାପୁଟ ସରକାରି ପଲିଟେକ୍ନିକ୍ ର ଫିରୋଜ କୁମାର ବେହେରା, ଓଡିଶା ରକ୍ତଦାତା ମହାସଂଘ, କୋରାପୁଟ ଶାଖାର ଉପସଭାପତି ନିରଂଜନ ପାଣିଗ୍ରାହୀ ଓ ପଲିଟେକ୍ନିକ୍ର ମିଥୁନ କୁମାର କେଶରୀ ,ସନ୍ଧ୍ୟା କୁମାରୀ ରାନ୍ଧି, ଅବକାଶ ପ୍ରଧାନୀ ଓ ରଶ୍ମିତା କଳସୀ ଶିବିର ପରିଚାଳନା କରିଥିଲେ। ଉକ୍ତ ଶିବିରରୁ ସର୍ବମୋଟ୍ ୪୫ ୟୁନିଟ୍ ରକ୍ତ ସଂଗ୍ରହ କରଯାଇଥିଲା। ମୁଖ୍ୟ ଅତିଥି ଅଧକ୍ଷ ଶ୍ରୀ ରାଉତ ସାଂପ୍ରତିକ ପରିସ୍ଥିତିରେ କିପରି ବହୁ ସଂଖ୍ୟାରେ ସଡ଼କ ଦୁର୍ଘଟଣା ଜନିତ ଏମର୍ଜେନ୍ସି ସମୟରେ ରକ୍ତ ଅଭାବ ଯୋଗୁଁ କିପରି ବହୁ ମୂଲ୍ୟ ଜୀବନ ଚାଲି ଯାଇଥକ୍ଷଏ ତଥା ସିକିଲ ସେଲ, ଥାଲାସେମିଆ, ଗର୍ଭବତୀ ମହିଳା ଓ କ୍ୟାନସର ରୋଗୀଙ୍କ ନିମନ୍ତେ ଏହି ରକ୍ତଦାନ ଶିବିର ଉଦ୍ଧିଷ୍ଟ ବୋଲି ପ୍ରକାଶ କରିଥିଲେ । ଏଥିରେ ସମସ୍ତ ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ଫେଡେରେସନ ଅଫ ବ୍ଲଡ଼ ଡୋନର ଅର୍ଗାନାଇଯେସନ ଅଫ ଓଡ଼ିଶା ତରଫରୁ ଆବଶ୍ୟକୀୟ ସହାୟତା ପ୍ରଦାନ କରଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande