
ଭଦ୍ରକ, ୩୦ ଅକ୍ଟୋବର (ହି.ସ.) - ଚାନ୍ଦବାଲି କାଳୀ ମନ୍ଦିର ଠାରୁ କନ୍ଧା ରାସ୍ତା ମରଣଯନ୍ତା ପାଲଟିଛି ରାସ୍ତାର ଦୁର୍ଦ୍ଦଶାକୁ ନେଇ ସ୍ଥାନୀୟ ଯୁବକ, ଛାତ୍ରଛାତ୍ରୀ ଓ ସାଧାରଣ ଜନତା ବୁଧବାର ଏକ ଜନଜାଗରଣ ଦୌଡ଼ ଆୟୋଜନ କରିଲେ।ଏହି ଦୌଡ଼ ଚାନ୍ଦବାଲି ଏନ ଏ ସି ପୋଖରୀସାହି ଠାରୁ ହରିପୁର ମଠ ପଯ୍ୟନ୍ତ ଶାନ୍ତିପୂର୍ଣ ଦୌଡ଼ ହୋଇଥିଲା। ଅଂଶଗ୍ରହୀ କରିଥିବା ଯୁବକ ଓ ଛାତ୍ରଛାତ୍ରୀମାନେ “ରାସ୍ତା ଦିଅ, ଜୀବନ ବଞ୍ଚାଅ” ଉଚ୍ଚାରଣ କରି ଦୌଡ଼ ଥିଲେ। ସେମାନେ ପ୍ରଶାସନଙ୍କ ନିକଟରେ ଶୀଘ୍ର ରାସ୍ତା ମରାମତି ଓ ନିର୍ମାଣ ଦାବି କରିବା ସହ ମାରାଥନ ମାଧ୍ୟମରେ ପ୍ରଶାସନଙ୍କୁ ସନ୍ଦେଶ ଦେଇଛନ୍ତି ଯେ ଯଦି ଶୀଘ୍ର ରାସ୍ତା ମରାମତି ଓ ସ୍ଥାୟୀ ସମାଧାନ ନ ହୁଏ, ତେବେ ହଜାର ହଜାର ଲୋକ ରାସ୍ତାରେ ବସି ଆନ୍ଦୋଳନ କରିବେ।ସ୍ଥାନୀୟ ଲୋକମାନେ କହିଛନ୍ତି, ଏହି ରାସ୍ତା ଦିନକୁ ଦିନ ଅସୁବିଧାଜନକ ହୋଇପଡ଼ୁଛି ଓ ଦୁର୍ଘଟନାର ହାର ବଢ଼ିବାରେ ଲାଗିଛି।ପୃର୍ତ ବିଭାଗ ଅଧୀନରେ ଥିବା ଏହି ୫ କିମି ରାସ୍ତା ଚାନ୍ଦବାଲି ଏନଏସି ସମେତ ୭/୮ଟି ପଂଚାୟତର ଲୋକଙ୍କ ପାଇଁ ଏହା ଏକମାତ୍ର ରାସ୍ତା।ଉକ୍ତ ରାସ୍ତା ଉପରେ ଚାନ୍ଦବାଲି ଏନ ଏ ସି ସମେତ ଓରାସାହି , ବିଜୟନଗର, କାଣ୍ଡଗରଡି, ଚରଦିଆ ପଂଚାୟତର ଅଧିବାସୀଙ୍କ ପାଇଁ ମେଡିକାଲ, ସ୍କୁଲ, କଲେଜ, ମାର୍କେଟ କୁ ଏହା ମୁଖ୍ୟ ରାସ୍ତା। ତତ ସହ ଧାମରା, ଚାନ୍ଦବାଲି ଷ୍ଟାଡିଅମ, ଗ୍ରୀଡ଼ି,ପ୍ରସ୍ତାବିତ ନୂତନ ଜାତୀୟ ନାବିକ ପ୍ରଶିକ୍ଷଣ କେନ୍ଦ୍ର ଓ ଜାତୀୟ ଉଦ୍ୟାନ ଭିତରକନିକା କୁ ନଳିତା ପଟିଆ ଘାଟ ବାଟେ ମଧ୍ୟ ଏହି ରାସ୍ତା।ସୂଚନା ମୁତାବନ ୨୦୨୩ ମାର୍ଚ୍ଚରେ ଏହି ରାସ୍ତା ପାଇଁ ବିଧାୟକ ବ୍ୟୋମକେଶ ରାୟ ଭିତିପସ୍ତର ସ୍ଥାପନ କରିଥିଲେ ।ପୃର୍ତ ଅଧୀନରେ ଥିବା ଏହି ୫ କିମି ବିଶିଷ୍ଟ ରାସ୍ତା ପାଇଁ ୭ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟବରଦାରେ ଟେଂଟର ହୋଇଥିଲା। ଦୁଇ ବର୍ଷ ରୁ ଉର୍ଦ୍ଧ ସମୟ ପୂର୍ବରୁ ଶିଳାନ୍ୟାସ ସରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତା କାମ ହୋଇପାରିଲା ନାହିଁ। ଏହି ରାସ୍ତା କାମର ଅବଧି ୨୫/୦୪/୨୦୨୩ ରୁ ୨୪/୦୧/୨୦୨୪ ସରିଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇ ନାହିଁ। ଏହି ନେଇଁ ଆମେ ବିଭାଗୀୟ ଅଧିକାରୀ ଆଲୋକ ରଞ୍ଜନ ମଲ୍ଲିକ ଙ୍କ ସହ ଯୋଗା ଯୋଗ କରିବାରୁ ସେ କହିଛନ୍ତି ମୁଁ ନୂତନ ଭାବରେ ଆସିଛି ସେ ରାସ୍ତା ବିଷୟରେ ବହୁ ଅଭିଯୋଗ ଆସିଛି ବର୍ଷା ଋତୁ ସରିଲେ ତତ୍କାଳ କାମ ଆରମ୍ଭ ହେବ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ