
ଭୁବନେଶ୍ୱର,
ଅକ୍ଟୋବର 30 (ହି.ସ.): ଆଜି ମିଳିତ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟରେ
ଓଡ଼ିଶାରେ କ୍ରନିକ କିଡିନୀ ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ ସମ୍ବନ୍ଧୀୟ ସ୍ଥିତି ବିଶ୍ଳେଷଣ ଏବଂ
ଆଗାମୀ ପଦକ୍ଷେପ ନିର୍ଦ୍ଧାରଣ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ତଥା
ଆୟୁକ୍ତ ଅଶ୍ଵଥୀ ଏସ. ଙ୍କ ଅଧ୍ୟକ୍ଷତାରେ ଟେକନିକାଲ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏହି
ବୈଠକରେ ନିୟନ୍ତ୍ରଣ ପଦକ୍ଷେପଗୁଡ଼ିକ ପାଇଁ ରୋଡମ୍ୟାପ୍, ରୋଗୀ
ଙ୍କ ଅସୁବିଧା ର ସମାଧାନ ଆଦି ବିଷୟରେ ଆଲୋଚନା ହୋଇଥିଲା ।
ସଭାରେ ରାଜ୍ୟ ଏବଂ ରାଜ୍ୟ ବାହାରର ବିଭିନ୍ନ ମେଡିକାଲ କଲେଜ, ଜିଲ୍ଲା
ସ୍ୱାସ୍ଥ୍ୟ ଅଧିକାରୀ,
ବିଶେଷଜ୍ଞ ଡାକ୍ତର ଓ ଗବେଷକମାନେ ଅଂଶଗ୍ରହଣ କରିଥିଲେ । ସଭାରେ
ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କ୍ରନିକ କିଡିନୀ ରୋଗ ର ବୃଦ୍ଧି ହାର, ପାଣି ଓ
ପରିବେଶ ଗୁଣବତ୍ତା,
ରୋଗ ନିରୀକ୍ଷଣ ଅବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।
ଏହି ସଭାରେ ରାଜ୍ୟସ୍ତରୀୟ କ୍ରନିକ କିଡିନୀ ରୋଗ ସର୍ଭିଲାନ୍ସ ସିଷ୍ଟମ ଗଠନ, ଜନ
ଜାଗୃତି ଓ ସ୍କ୍ରିନିଂ କ୍ୟାମ୍ପ , ପଞ୍ଜୀକରଣ , ବିଶେଷଜ୍ଞ
ମାନଙ୍କୁ ଅଧିକ ଗବେଷଣା ନିମନ୍ତେ ପ୍ରେରିତ କରିବା ସହ ସଚେତନତା କରାଯିବା , ସମ୍ପୃକ୍ତ
ବିଭାଗ ଗୁଡିକ ଭୂମିକା ଆଦି ବିଷୟରେ ଆଲୋଚନା କରାଯାଇଛି ।
ଏହି ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିସନ ଏମଡି ଡ଼ ବୃନ୍ଦା ଡି., ସ୍ଵତନ୍ତ୍ର
ସଚିବ ବିଜୟ ମହାପାତ୍ର,
ଡିଏମଇଟି ଡ଼ ସନ୍ତୋଷ ମିଶ୍ର, ଜନସ୍ୱାସ୍ଥ୍ୟ
ନିର୍ଦ୍ଦେଶକ ଡ଼ ନୀଳକଣ୍ଠ ମିଶ୍ର , ପରିବାରକଲ୍ୟାଣ
ନିର୍ଦ୍ଦେଶକ ଡ଼ ପ୍ରଦୀପ ଗୁରୁ ,
ଅତିରିକ୍ତ ନିର୍ଦ୍ଦେଶକ ଡ଼ ସୁଶାନ୍ତ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ
। ଏହି ବୈଠକରେ ଆଇସିଏମଆର ବୈଜ୍ଞାନିକ ଡ଼ ସୁବ୍ରତ ପାଲୋ , ନିମ୍ସ
ହାଇଦରାବାଦ ଡ଼ ଗଙ୍ଗାଧର ଟି ପିପିଟି ମାଧ୍ୟମରେ ତଥ୍ୟ ଉପସ୍ଥାପନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ