
ଭୁବନେଶ୍ୱର, ୩୦ ଅକ୍ଟୋବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୫ଟି ସ୍ଥାନରେ ଭୀଷଣ ବର୍ଷା ହୋଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲାର ନୱାନାରେ ସର୍ବାଧିକ ୯୨.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ବାଲେଶ୍ୱର ଜିଲ୍ଲାର ଏନଏଚ-୫, ଗୋବିନ୍ଦପୁରରେ ୯୦.୨ ମି.ମି., କଟକ ଜିଲ୍ଲାର ବାଙ୍କୀରେ ୮୧.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦାରେ ୭୪.୦ ମି.ମି., ଢ଼େଙ୍କାନାଳ ଜିଲ୍ଲାର ଭୁବନରେ ୬୫.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ବେତନଟିରେ ୬୧.୦ ମି.ମି., କେନ୍ଦୁଝର ଜିଲ୍ଲାର ହାଟଡିହିରେ ୬୦.୧ ମି.ମି., ମୟୂରଭଞ୍ଜ ଜିଲ୍ଲାର ଚନ୍ଦୁଆରେ ୬୦.୦ ମି.ମି., କୁସୁମିରେ ୫୯.୦ ମି.ମି., ବାଲେଶ୍ୱର ଜିଲ୍ଲାର ରେମୁଣାରେ ୫୭.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ଚନ୍ଦନପୁରରେ ୫୬.୬ ମି.ମି., ଢ଼େଙ୍କାନାଳ ଜିଲ୍ଲାର ଅଳତୁମାରେ ୫୫.୨ ମି.ମି. ଏବଂ ବାଲେଶ୍ୱର ଜିଲ୍ଲାର ବାଲେଶ୍ୱରରେ ୫୪.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ