
ଭବାନୀପାଟଣା, ୩୦ ଅକ୍ଟୋବର (ହିଁ.ସ ) - କଳାହାଣ୍ଡି ଜିଲ୍ଲାସ୍ତରୀୟ ବିଶ୍ୱ ମତବ୍ୟୟିତା ଦିବସ ପାଳନ ଅବସରରେ ସୁରକ୍ଷିତ ସଂଚୟ ଓ ସାଇବର ଅପରାଧ ସମ୍ପର୍କରେ ଏକ ସଚେତନତା କର୍ମଶାଳା ଆଜି ଜିଲ୍ଲାପରିଷଦ କଳାହାଣ୍ଡି ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗଦେଇ ଏହି କର୍ମଶାଳାର ଶୁଭଉଦଘାଟନ କରି ନିଜର, ନିଜ ପରିବାରର ସୁନେଲି ଭବିଷ୍ୟତ ପାଇଁ ନିଜର ଆର୍ôଥକ ସ୍ଥିତିକୁ ସୁଦୃଢ କରିବାକୁ ହେଲେ ରୋଜଗାର ସହିତ ଜାତୀୟ ବ୍ୟାଙ୍କ, ପୋଷ୍ଟ ଅଫିସ୍ ମାଧ୍ୟମରେ ଖାତା ଖୋଲି ନିଜର ସଂଚୟ ଅର୍ଥକୁ ସୁରକ୍ଷିତ କରି ରଖିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । କୌଣସି ପ୍ରାଇଭେଟ ଅର୍ଥ ଲଗାଣ ପ୍ରଲୋଭନକାରୀ ସଂସ୍ଥାର କଥାରେ ନପଡି ତାଙ୍କଠାରୁ ଦୂରେଇ ରହିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମର ସମ୍ମାନିତ ଅତିଥୀ ଭାବେ ଅତିରିକ୍ତ ଜିଲ୍ଲାପାଳ (ସା.) ତନ୍ମୟ କୁମାର ଦରୱାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଦୟାମୟ ପାଢୀ, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ପ୍ରୋବେଶନ) ଅନିମେଷ ପ୍ରଧାନ, ଉପ ଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡ଼ା, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦୁର?୍େୟ୍ୟାଧନ ଭୋଇ, ପୋଷ୍ଟାଲ ସୁପରିଟେନଡେଂଟ ସୁଶାନ୍ତ କୁମାର ପାଣିଗ୍ରାହୀ, ଏଲ.ଡି.ଏମ୍. ଧର୍ମୁରାଜ ସୁନାନୀ, ଡି.ଏସ.ପି. ସାଇବର୍ କ୍ରାଇମ ଅଳକାନନ୍ଦା ସାହୁ ଯୋଗଦେଇ ବିଶ୍ୱ ମିତବ୍ୟୟିତା ଦିବସ ପାଳନର ତାତ୍ପର?୍ୟ୍ୟ ଉପରେ ଉଲ୍ଲେଖ କରି ସୁରକ୍ଷିତ ସଂଚୟ ଉପରେ ଆଲୋକପାତ କରିଥିଲେ । ବ୍ୟାଙ୍କ, ପୋଷ୍ଟ ଅଫିସ୍?ରେ ଖାତା ଖୋଲି ବିଭିନ୍ନ ଲାଭଜନକ ସ୍କିମର ସୁବିଧା କିପରି ପାଇ ପାରିବେ ସେ ସମ୍ପର୍କରେ ଅତିଥିମାନେ ପରାମର୍ଶ ଦେଇଥିଲେ ।ଏହି ଅବସରରେ ସ୍ୱଳ୍ପ ସଂଚୟ ଦିଗରେ ସଚେତନତା ପାଇଁ ଜିଲ୍ଲାପରିଷଦ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ୱଳ୍ପ ସଂଚୟ ବିଭାଗ ଓ ପୋଷ୍ଟାଲ ବିଭାଗ ତରଫରୁ ଏକ କିଅକସ ସେଂଟର ଖୋଲା ଯାଇଥିଲା । ଏହାକୁ ଜିଲ୍ଲାପାଳ ଉଦଘାଟନ କରିଥିଲେ। ନୂତନ ଭାବେ ଆଜି ପୋଷ୍ଟାଲ୍ ଜୀବନ ବୀମା ପି.ପି.ଏଫ୍. ଏକାଉଂଟ ଖୋଲିଥିବା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ସହକାରୀ ନିର୍ଦ୍ଦେଶକ ଜିଲ୍ଲା ସ୍ୱଳ୍ପ ସଂଚୟ ବିଭାଗ ବିବେକାନନ୍ଦ ମହାନନ୍ଦ, ସୁକନ୍ୟା ସମୃଦ୍ଧି ଯୋଜନା ପାଇଁ ଖାତା ଖୋଲିଥିବା ଡେପୁଟି ଜିଲ୍ଲାପାଳ ମନୀଷା ଗୁପ୍ତା ଙ୍କ ଝିଅଙ୍କୁ ଜିଲ୍ଲାପାଳ ପାସବୁକ ପ୍ରଦାନ କରିଥିଲେ । ସେହିପରି ଆଜି ୩୨ ଜଣ ସରକାରୀ କର୍ମଚାରୀ ବିଭିନ୍ନ ଷ୍କିମର ପୋଷ୍ଟାଲ ଏକାଉଣ୍ଟ ଖୋଲିଥିଲେ।ସଚେତନତା କର୍ମଶାଳା ରେ ୨୦୦ ରୁ ଉର୍ଦ୍ଧ ସରକାରୀ ଅଧିକାରୀ, କର୍ମଚାରୀ ଙ୍କୁ ସଚେତନତା ପତ୍ର ବଣ୍ଟନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀମାନଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା ।ଏହି କର୍ମଶାଳାରେ ସହକାରୀ ନିର୍ଦ୍ଦେଶକ ବିବେକାନନ୍ଦ ମହାନନ୍ଦ ବିଶ୍ୱ ମିତବ୍ୟୟିତା ଦିବସ ପାଳନ ର ଆଭିମୁଖ୍ୟ ଓ ସୁରକ୍ଷିତ ସଂଚୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଡି.ଏସ.ପି. ସାଇବର୍ କ୍ରାଇମ ଶ୍ରୀମତୀ ସାହୁ ସାଇବର୍ ସୁରକ୍ଷା ସମ୍ପର୍କରେ ବିଷଦ ଭାବେ ସୂଚନା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର, ଡି. ଡି. ପ୍ଲାନିଂଙ୍ଗ ଶ୍ରୀକାନ୍ତ ଦଳେଇ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜୀବୁନ ନିଶାଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ ଡେପୁଟି ଜିଲ୍ଲାପାଳ, ସହକାରୀ ଜିଲ୍ଲାପାଳ, କର୍ମଚାରୀ, ଜିଲ୍ଲା ପରିଷଦ କାର୍ଯ୍ୟାଳୟ, ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଏଥିରେ ଜିଲ୍ଲା କ୍ରିଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ, ଏ.ପି.ଡି. ବିମ୍ବାଧର ସାହୁ ପ୍ରମୁଖ ସହଯୋଗ କରିଥିଲେ ହିନ୍ଦୁସ୍ଥାନ ସମାଚାର।
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ