କାଳୀ ପୂଜା ଭସାଣୀ ଯାତ୍ରା
ଭୁବନ, ୩୦ ଅକ୍ଟୋବର (ହି.ସ.)- ଭୁବନରେ ଗତ ୨୧ ତାରିଖ ଠାରୁ ଆରମ୍ଭ ହୋଇଥିବା କାଳୀ ପୂଜାର ଗୁରୁବାର ଅପରାହ୍ନରେ ଭସାଣୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ୫୦ ବର୍ଷ ପୂର୍ତ୍ତି ପାଳନ କରୁଥିବା କାଳୀ ବଜାର ବଣିକ ସଂଘ ତରଫରୁ ମ୍ୟୁଜିକ୍ ଅର୍କେଷ୍ଟ୍ରା, ଡି ଜେ ସାଉଣ୍ଡ,ଲୋକ ନୃତ୍ୟ, ଅଘୋରି ନୃତ୍ୟ ସାଙ୍ଗକୁ
କାଳୀ ପୂଜା ଭସାଣୀ ଯାତ୍ରା


ଭୁବନ, ୩୦ ଅକ୍ଟୋବର (ହି.ସ.)- ଭୁବନରେ ଗତ ୨୧ ତାରିଖ ଠାରୁ ଆରମ୍ଭ ହୋଇଥିବା କାଳୀ ପୂଜାର ଗୁରୁବାର ଅପରାହ୍ନରେ ଭସାଣୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ୫୦ ବର୍ଷ ପୂର୍ତ୍ତି ପାଳନ କରୁଥିବା କାଳୀ ବଜାର ବଣିକ ସଂଘ ତରଫରୁ ମ୍ୟୁଜିକ୍ ଅର୍କେଷ୍ଟ୍ରା, ଡି ଜେ ସାଉଣ୍ଡ,ଲୋକ ନୃତ୍ୟ, ଅଘୋରି ନୃତ୍ୟ ସାଙ୍ଗକୁ ଭୂତ ନୃତ୍ୟ ଆୟୋଜନ କରି ଭସାଣୀ ଯାତ୍ରାକୁ ବେଶ୍ ଆକର୍ଷଣୀୟ କରାଯାଇଛି । ସଭାପତି ସମୀର କୁମାର ସାହୁଙ୍କ ନେତୃତ୍ଵରେ ସମସ୍ତ ବ୍ୟବସାୟୀ ଏଥିରେ ସାମିଲ ହୋଇଛନ୍ତି । ସିନେମା ହଲ ଛକ କାଳୀ ପୂଜା ଭସାଣୀ ଯାତ୍ରାକୁ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । କମିଟି ସଭାପତି ସନ୍ତୋଷ କୁମାର ପୋଥାଳଙ୍କ ନେତୃତ୍ଵରେ ସମସ୍ତ କର୍ମକର୍ତ୍ତା ଓ ସାହି ବାସିନ୍ଦା ଭସାଣୀ ଯାତ୍ରାରେ ସାମିଲ ହୋଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande