

ସମ୍ବଲପୁର/ନୁଆପଡା, ୩୦ ଅକ୍ଟୋବର (ହି.ସ.) ନୂଆପଡା ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ନିର୍ବାଚନୀ ପ୍ରଚାର କାର୍ଯ୍ୟ ବେଶ୍ ଜୋର ସୋରରେ ଚାଲିଛି । ମନ୍ତ୍ରୀମଣ୍ଡଳର ଅନେକ ନେତା, ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଏବେ ନୂଆପଡ଼ାରେ ଡେରା ପକାଇଛନ୍ତି । ପ୍ରତ୍ୟହ ସକାଳୁ ରାତି ଯାଏଁ ଭିନ୍ନ ଭିନ୍ନ ଯାଗାରେ ବିବିଧ ଢଙ୍ଗରେ ଚାଲିଛି ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ । ବିଭିନ୍ନ ସ୍ଥାନରେ ବିଜେପିର ଅସ୍ଥାୟୀ ଦଳୀୟ କାର୍ଯ୍ୟାଳୟମାନ ମଧ୍ୟ ଖୋଲାଯାଉଛି । ଏହି କ୍ରମରେ ଆଜି କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ୱର୍ ପଞ୍ଚାୟତରେ ଏକ ବିଜେପି ନିର୍ବାଚନୀ କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି । ଓଡ଼ିଶା ସରକାରଙ୍କ ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଲା ନନ୍ଦ ମଲ୍ଲିକ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ଏହା ପରେ ସେ ସ୍ଥାନୀୟ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ମିଶି ଘର ଘର ବୁଲି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ଭୋଟ ଭିକ୍ଷା କରିଥିଲି ।
ବିଜେପି ର ବିକାଶ ଯାତ୍ରା ରେ ସମସ୍ତେ ସାମିଲ ହୋଇ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନ ରେ ନିଜର ବହୁମୂଲ୍ୟ ଭାଗିଦାରୀ ଦେବାପାଇଁ ମନ୍ତ୍ରୀ ଶ୍ରୀ ମଲ୍ଲିକ ସ୍ଥାନୀୟ ଭୋଟର ଙ୍କୁ ଅନୁରୋଧ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ