ଠାକୁରମୁଣ୍ଡା ଅଂଚଳରେ ବାଘ ପାଦ ଚିହ୍ନକୁ ନେଇ କୋକୁଆ ଭୟ
ବାରିପଦା, ୩୦ ଅକ୍ଟୋବର (ହି.ସ.) - ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ରେଞ୍ଜ ଅଂଚଳରେ ମହାବଳ ବାଘ ଆତଙ୍କ ସୃଷ୍ଟି ହୋଇଛି। ମାଟିରେ ବାଘର ପାଦ ଚିହ୍ନକୁ ଦେଖି ସ୍ଥାନୀୟ ଜନସାଧାରଣ ମଧ୍ୟରେ କୁକୁଆ ଭୟ ଖେଳିଯାଇଛି। ଠାକୁରମୁଣ୍ଡା ରେଞ୍ଜ ଅଂଚଳର କାଳିଆ ଜିଆଣୀ ଗାଁ ନିକଟ ସଂରକ୍
Mahabala Bagha Pada Chihna nei Kukua Bhaya


Mahabala Bagha Pada Chihna nei Kukua Bhaya


Mahabala Bagha Pada Chihna nei Kukua Bhaya


ବାରିପଦା, ୩୦ ଅକ୍ଟୋବର (ହି.ସ.) - ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ରେଞ୍ଜ ଅଂଚଳରେ ମହାବଳ ବାଘ ଆତଙ୍କ ସୃଷ୍ଟି ହୋଇଛି। ମାଟିରେ ବାଘର ପାଦ ଚିହ୍ନକୁ ଦେଖି ସ୍ଥାନୀୟ ଜନସାଧାରଣ ମଧ୍ୟରେ କୁକୁଆ ଭୟ ଖେଳିଯାଇଛି। ଠାକୁରମୁଣ୍ଡା ରେଞ୍ଜ ଅଂଚଳର କାଳିଆ ଜିଆଣୀ ଗାଁ ନିକଟ ସଂରକ୍ଷିତ ଜଙ୍ଗଲକୁ ଶିମିଳିପାଳ କୋର ଏରିଆରୁ ଏକ ମହାବଳ ବାଘ ଚଳପ୍ରଚଳ କରୁଥିବାର ଜଣାପଡିଛି। ବର୍ତମାନ ସୁଦ୍ଧା କେହି ବାଘକୁ ଦେଖିନଥିଲେ ମଧ୍ୟ ବାଘର ପାଦଚିହ୍ନ ଠାବ ହୋଇଛି। ବିଶେଷ କରି ହାତୀଗୋଡା ଓ ସାଲେଇବେଡା ପଂଚାୟତର ଆଖପାଖ ଗ୍ରାମଗୁଡିକର ଲୋକ ଆତଙ୍କିତ ହୋଇ ପଡିଛନ୍ତି। ମହାବଳ ବାଘ ବୁଲୁଥିବା ଖବର ପାଇ ବନ କର୍ମଚାରୀ ମାନେ ଉକ୍ତ ଅଂଚଳରେ ପହଂଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏହା ସହିତ ଗତିବିଧି ଅନୁଧ୍ୟାନ କରି ଲୋକଙ୍କୁ ଡାକବାଜି ଯନ୍ତ୍ର ସହାୟତାରେ ସଚେତନ କରୁଛନ୍ତି। ତେବେ ବନ ବିଭାଗର କହିବା ଅନୁଯାୟୀ ଗତ ୨୪ ତାରିଖରେ ଶେଷ ଥର ପାଇଁ ଏକ ମହାବଳ ବାଘର ଗତିବିଧି ବିଭାଗୀୟ କ୍ୟାମେରାରେ କଏଦ ହୋଇଥିଲା। ବନ ବିଭାଗର କର୍ମଚାରୀଙ୍କ ସ୍ୱତନ୍ତ୍ର ଟିମ ସୁରକ୍ଷା ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରିଥିବାର ସୂଚନା ମିଳିଛି। ଏନେଇ ଆଂଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ଜନସାଧାରଣଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ଉକ୍ତ ଅଂଚଳ ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ସହ ସଂରକ୍ଷିତ ଜଙ୍ଗଲ ହୋଇଥିବା କାରଣରୁ ବାଘ ଚଳପ୍ରଚଳ କରିବା ସ୍ୱାଭାବିକ ଅଟେ। ତେବେ ଲୋକଙ୍କ ସୁରକ୍ଷା ନେଇ ବନ ବିଭାଗ ସଚେତନ ରହିଛନ୍ତି। ଜଙ୍ଗଲ ମଧ୍ୟକୁ ପ୍ରବେଶ ନକରିବାକୁ ବନ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସହାୟତାରେ ସତର୍କ କରାଯାଉଛି ବୋଲି କହିଛନ୍ତି। ବନ ବିଭାଗ ପକ୍ଷରୁ ବିଭିନ୍ନ ଜଙ୍ଗଲରେ ୨୦ରୁ ଉର୍ଦ୍ଧ୍ୱ ଟ୍ରାପ କ୍ୟାମେରା ଲଗାଯାଇ ବାଘ ଗତିବିଧି ଉପରେ ନଜର ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande