
ଜୟପୁର, ୩୦ ଅକ୍ଟୋବର (ହି.ସ.) - ଜୟପୁର ରେ ଗୁଟୁଖା, ସିଗାରେଟ ଆଦି ବିକ୍ରୟ ହେଉଥିବା ଚା ଦୋକାନ ପାନ ଦୋକାନ ଉପରେ ଆଜି ଚଢାଉ କରାଯାଇଛି । ବିଦ୍ୟାଳୟ , ବିଶ୍ୱ ବିଦ୍ୟାଳୟ ଓ କଲେଜ ନିକଟରେ ବିକ୍ରୟ କରାଯାଉ ଥିବା ଗୁଟୁଖା, ସିଗାରେଟ ଆଦି ନିଶା ସ୍ୱାସ୍ଥ୍ୟ ପକ୍ଷେ କ୍ଷତି କାରଣ ସାମଗ୍ରୀ ଉପରେ ଦୋକାନ ଚଢାଉ କରାଯାଇଛି । ଜୟପୁର ଉପ ଜିଲାପାଳ ଆକା ବରମ ଶଶା ରେଡ୍ଡି ଙ୍କ ନିଦ୍ଧେଷ କ୍ରମେ ପୌର ପାଳିକା, ସ୍ୱାସ୍ଥ୍ୟ ବିଭାଗ, ପୋଲିସ ଓ ଅବକାରିର ମିଳିତ ଟିମ ଗଠନ କରାଯାଇ ବିଭିନ୍ନ ଦୋକାନ ଉପରେ ଚଢାଉ କରାଯାଇଛି । ଚଢାଉ କରାଯାଇ ଜୋରିମାନା ଆଦାୟ ସହ କଡା ଚେତାବନି ଦିଆଯାଇଛି । ବିଶେଷ କରି ଯେଉଁ ମାନେ ବିଦ୍ୟାଳୟ, ମହା ବିଦ୍ୟାଳୟ, ବିଶ୍ୱ ବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନର ଶହେ ମିଟର ଦୁରରେ ଗୁଟୁଖା ଓ ଧୁମପାନ ସାମଗ୍ରୀ ବିକ୍ରି କରୁଛନ୍ତି ସେ ମାନଙ୍କୁ ପ୍ରଶାସନ ତରଫରୁ ଦାଗିତ୍ ମଧ୍ୟ କରାଯାଉଛି । ସିଗାରେଟ,ଗୁଟୁଖ. ନିଶା ସାମଗ୍ରୀ ବିକ୍ରି ଉପରେ କଟକଣା ଲଗାଇବାରୁ କେନ୍ଦ୍ର ସରକାର ୨୦୦୩ ମସିହାରେ ଆଇନ ପ୍ରଣୟନ କରିଥିଲେ । ତାହାକୁ ରାଜ୍ୟ ସରକାର କାର୍ଯ୍ୟ କରୁଥିବା ବେଳେ ଜିଲା, ଉପଖଣ୍ଡ ସ୍ତରରେ ମଧ୍ୟ ତତ୍ପରତା ଦେଖାଯାଇଛି ।
ଡ୍ରଗ୍ସ ଇନିସପେକ୍ଟର ନକ୍ଷେତ୍ର ନାୟକ, ମାଜିଷ୍ଟେଟ ଭାବେ ଆସିଷ୍ଟାଣ୍ଡ କଲେକ୍ଟର ବାଲାଜି ପ୍ରସାଦ ବ୍ରହ୍ମା ଉପସ୍ଥିତ ଥିଲେ । ବିକ୍ରଦେବ ବିଶ୍ୱ ବିଦ୍ୟାଳୟ ନିକଟରେ, ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ, ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ବିଜ୍ଞାନ କଲେଜ ନିକଟରେ ଥିବା ପାନ ଦୋକାନ, ଚା ହୋଟେଲ ରେ ଚଢାଉ କରାଯାଇଛି । ୧୪ଟି ଦୋକାନ ଉପରେ ଚଢାଉ କରାଯାଇ ୩ ହଜାର ୮ ଶହ ଟଙ୍କା ଜୋରି ମାନା ଆଦାୟ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି