ନବଜାତ ହାତୀ ଛୁଆର ମୃତ୍ୟୁ, ମୃତ ଛୁଆକୁ ଜଗି ରହିଲା ମା ହାତୀ
ବାରିପଦା, ୩୦ ଅକ୍ଟୋବର (ହି.ସ.)- ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଅଂଚଳରେ ନବ ଜାତ ହାତୀ ଛୁଆର ମୃତ୍ୟୁ ହୋଇଛି। ବ୍ରାହ୍ମଣ ଗାଁ ନିକଟସ୍ଥ ସାତଭାୟା ଜଙ୍ଗଲରେ ହାତୀଟି ଜନ୍ମ ହେବା ପରେ ମୃତ୍ୟୁ ହୋଇଥିବା ଖବର ମିଳିଛି। ତେବେ ଛୁଆର ମୃତ୍ୟୁ ପରେ ମା ହାତୀ ଛୁଆ ପାଖରେ ଜଗି ରହିଛି। ବ୍ରାହ୍ମଣ ଗା
Nabajata Hati Chhua Mruta


Nabajata Hati Chhua Mruta


ବାରିପଦା, ୩୦ ଅକ୍ଟୋବର (ହି.ସ.)- ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଅଂଚଳରେ ନବ ଜାତ ହାତୀ ଛୁଆର ମୃତ୍ୟୁ ହୋଇଛି। ବ୍ରାହ୍ମଣ ଗାଁ ନିକଟସ୍ଥ ସାତଭାୟା ଜଙ୍ଗଲରେ ହାତୀଟି ଜନ୍ମ ହେବା ପରେ ମୃତ୍ୟୁ ହୋଇଥିବା ଖବର ମିଳିଛି। ତେବେ ଛୁଆର ମୃତ୍ୟୁ ପରେ ମା ହାତୀ ଛୁଆ ପାଖରେ ଜଗି ରହିଛି। ବ୍ରାହ୍ମଣ ଗାଁ ପଂଚାୟତର ବିଭିନ୍ନ ସ୍ଥାନରେ କିଛି ଦିନ ଧରି ୧୨ ଟିକିଆ ହାତୀ ପଲ ଚଳପ୍ରଚଳ କରୁଛନ୍ତି। ଶିମିଳିପାଳ ପାଦଦେଶର ସାତଭାୟା ଜଙ୍ଗଲରେ ମାଈ ହାତୀ ବିଲ ମଝିରେ ହାତୀ ଛୁଆକୁ ଜନ୍ମ ଦେଇଥିଲା। ତେବେ ହାତୀ ଛୁଆଟି ଦୁର୍ବଳ ଥିବାରୁ ମା ହାତୀ ତାର ସୁରକ୍ଷା ପାଇଁ ଜଗି ରହିଥିବା ସମୟରେ ଜନ୍ମର କିଛି କ୍ଷଣ ଜୀବିତ ପରେ ବୁଧବାର ସନ୍ଧ୍ୟା ସମୟରେ ମୃତ୍ୟୁ ହୋଇଥିଲା । ଛୁଆ ପୁଣି ଜୀବିତ ହେବ ସେହି ଆଶା ନେଇ ମା ହାତୀ ଦୀର୍ଘ ସମୟ ଧରି ମୃତ ଛୁଆ ହାତୀକୁ ଜଗି ବସିଥିଲା। ବନ ବିଭାଗ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। କିନ୍ତୁ ଛୁଆ ହାତୀ ପାଖକୁ ଯାଇ ପାରିନଥିଲେ। ଗୁରୁବାର ସକାଳୁ ମା’ ହାତୀକୁ ମୃତ ପିଲା ଠାରୁ ଦୂରେଇବା ପରେ ଶବ ବ୍ୟବଚ୍ଛେଦ କରାଯାଇଛି। ମୃତଦେହରୁ ନମୁନା ସଂଗ୍ରହ କରାଯାଇ ଯାଂଚ ନିମନ୍ତେ ଓୟୁଏଟିକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କର୍ତୃପକ୍ଷ କହିଛନ୍ତି। ଶବ ବ୍ୟବଚ୍ଛେଦ କରିବା ପରେ ମୃତଦେହକୁ ପୋତି ଦିଆଯିବ ବୋଲି ସୂଚନା ମିଳିଛି। ତେବେ ହାତୀ ପଲ ନିକଟସ୍ଥ ଅଂଚଳରେ ଚଳପ୍ରଚଳ କରୁଥିବାର ଦେଖିବାକୁ ମିିଳିଛି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande