
ସମ୍ବଲପୁର/ନୁଆପଡା, ୩୦ ଅକ୍ଟୋବର (ହି.ସ.)ପ୍ରଥମ ଥର ପାଇଁ ନୂଆପଡା ଜିଲ୍ଲା ମାଟିରେ ପାଦ ଥାପିଛନ୍ତି ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର। ଉପାସନା ବିଜେଡ଼ି ଟାଣୁଆ ନେତା ସଞ୍ଜୟ ଦାଶବର୍ମାଙ୍କ ପରି ନେତାଙ୍କୁ ହରାଇ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଗତକାଲି ଠାରୁ ଉପାସନା ନୂଆପଡାରେ ପହଞ୍ଚି ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ଆଜି ସେ ନୂଆପଡାର ବିଭିନ୍ନ ପଡା ସାହି ସହିତ ଗାଁ କୁ ଗାଁ ଘର କୁ ଘର ବୁଲି ଜନ ସମ୍ପର୍କ ସ୍ଥାପନ କରିବା ସହିତ ଜୟଙ୍କ ପାଇଁ ପ୍ରତି ଭୋଟରଙ୍କ ପାଖରେ ପହଞ୍ଚି ଜୟ ଙ୍କ ବିଜୟ ପାଇଁ ନିଜର ନିବେଦନ ଜଣାଇଛନ୍ତି। ଏହି ଡାଏନୋମିକ ଯୁବା ବିଧାୟିକାଙ୍କ ସ୍ଵଭାଵ ସୁଲଭ ବ୍ୟବହାର ଓ ବିନମ୍ରତାକୁ ପ୍ରତି ଭୋଟର ସାଦରେ ଗ୍ରହଣ କରି ଖୋଲାଖୋଲି ନିଜର ସମର୍ଥନ ଦେଇଛନ୍ତି । ଭୋଟରଙ୍କ ସକାରାତ୍ମକ ଚିନ୍ତାଧାରା ଡବଲ ଇଞ୍ଜିନ ପାଇଁ ଏକ ବିକାଶର ଧାରା ହେବ ବୋଲି ଉପାସନା ଆଶା ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ