ନୂଆପଡା ରାଜନୀତି : ଦଳୀୟ କର୍ମକର୍ତ୍ତାଙ୍କୁ ମନ୍ତ୍ରୀ ଦେଲେ ବିଜୟର ମନ୍ତ୍ର

ସମ୍ବଲପୁର/ନୁଆପଡା, ୩୦ ଅକ୍ଟୋବର (ହି.ସ.) - ନୂଆପଡା ବିଧାନସଭା ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳର ନେତା ଓ କର୍ମୀଙ୍କ ମହଲରେ ଚଳଚଂଚଳତା ବୃଦ୍ଧି ପାଇବାରେ ଲାଗିଛି। ତିନି ପ୍ରମୁଖ ଦଳ ବିଜେପି ବିଜେଡି କଂଗ୍ରେସ ନିର୍ବାଚନୀ ପ୍ରଚାର ସଙ୍ଗେସଙ୍ଗେ ଦଳୀୟ ସଂଗଠନକୁ ଆହୁରି ମଜଭୂତ ଓ କର୍ମୀଙ୍କୁ ସକ୍ରିୟ କରିବାରେ ବ୍ୟସ୍ତ ।

ଏହି ମର୍ମରେ ଆଜି କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ୱର ପଂଚାୟତ ଅଧିନସ୍ଥ ଉଦୟବନ୍ଧ ଗ୍ରାମରେ ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଂଚାୟତ ସ୍ତରିୟ ଏହି କର୍ମୀ ସମ୍ମିଳନୀ ରେ ଓଡିଶା ସରକାରଙ୍କ ଗଣ ଶିକ୍ଷା ତଥା ଆଦିବାସି ବ୍ୟାପାର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ ।

ଉପସ୍ଥିତ କାର୍ଯ୍ୟକର୍ତାଙ୍କୁ ନିଜର ଅଭିଭାଷଣ ରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ ବିଜେପି ହିଁ ଦେଶ ରେ ଆଦିବାସୀ ଜନଜାତି ମାନଙ୍କର ପ୍ରକୃତ ସାଥୀ । ଅଣ ବିଜେପି ଦଳ ମାନେ ନୀରିହ ସରଳ ଆଦିବାସୀ ଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଦେଶ ରେ ଓ ରାଜ୍ୟ ରେ ଶାସନ କରୁଥିଲେ । ଆଦିବାସୀ ଜନଜାତି ଙ୍କୁ କେବଳ ମିଥ୍ୟା ପ୍ରତାରଣା ଦେଇ ତାଙ୍କ ଅଧିକାର କୁ ଲୁଣ୍ଠନ କରୁଥିଲେ । କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ରେ ବିଜେପି ସରକାର ଆସିଲା ପରେ ହିଁ ଆଦିବାସୀ ଜନଜାତି ଙ୍କ ସାମାଜିକ ଆର୍ôଥକ ଉନ୍ନତି ପାଇଁ ବିଭିନ୍ନ ଯୋଜନା ହାତକୁ ନେଇ ଆଦିବାସି ଜନଜାତି ଙ୍କୁ ତାଙ୍କର ଅଧିକାର ଦେଇଛି । ମୋଦୀ ସରକାର ର ସମସ୍ତ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକର ସର୍ବାଧିକ ଲାଭ ଆଦିବାସି ଜନଜାତି ମାନେ ହିଁ ପାଇଛନ୍ତି । ଏଣୁ ଆଦିବାସୀ ଜନଜାତି ବିଜେପି ଉପରେ ବିଶ୍ୱାସ ରଖି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ବିଜୟୀ କରନ୍ତୁ । ଏହି ବାର୍ତା ନେଇ ଲୋକଙ୍କ ପାଖରେ ପହଂଚାଇବାକୁ ଅନୁରୋଧ କରିଛନ୍ତି ।

ଏହି ବୈଠକରେ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ଫକୀର ମୋହନ ନାଏକ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande