ସୀମାଗୁଡି ଠାରେ ହେବାକୁ ଥିବା ଏମଏସଏମଇ ପାର୍କ ପ୍ରକଳ୍ପକୁ ବିରୋଧ
ମାଲକାନଗିରି, ୩୦ ଅକ୍ଟୋବର (ହି.ସ.)- ମାଲକାନଗିରି ତହସିଲ ଅନ୍ତର୍ଗତ ସିନ୍ଧ୍ରିମାଳ ପଞ୍ଚାୟତରେ ୪୫ ଏକର ଜମିରେ ଇଡକୋ ପକ୍ଷରୁ ଏମଏସଏମଇ ପାର୍କ ନିର୍ମାଣ ଲାଗି ପ୍ରସ୍ତାବ ରହିଛି । ସୀମାଗୁଡି ଠାରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପକୁ ବିରୋଧ କରି ଆସୁଥିଲେ ଗ୍ରାମବସୀ । ୨ ବର୍ଷ ପୂର୍ବେ ମାପଚୁପ ବ
ସୀମାଗୁଡି ଠାରେ ହେବାକୁ ଥିବା ଏମଏସଏମଇ ପାର୍କ ପ୍ରକଳ୍ପକୁ ବିରୋଧ


ମାଲକାନଗିରି, ୩୦ ଅକ୍ଟୋବର (ହି.ସ.)- ମାଲକାନଗିରି ତହସିଲ ଅନ୍ତର୍ଗତ ସିନ୍ଧ୍ରିମାଳ ପଞ୍ଚାୟତରେ ୪୫ ଏକର ଜମିରେ ଇଡକୋ ପକ୍ଷରୁ ଏମଏସଏମଇ ପାର୍କ ନିର୍ମାଣ ଲାଗି ପ୍ରସ୍ତାବ ରହିଛି । ସୀମାଗୁଡି ଠାରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପକୁ ବିରୋଧ କରି ଆସୁଥିଲେ ଗ୍ରାମବସୀ । ୨ ବର୍ଷ ପୂର୍ବେ ମାପଚୁପ ବେଳେ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୁଣି ଏବେ ଜମି ଅଧିଗ୍ରହଣ କାମ ଆରମ୍ଭ କରିଛି ପ୍ରଶାସନ ।

ସପ୍ତାହକ ପୁର୍ବେ ଜିଲ୍ଲାପାଳ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ବୁଝା ସୁଝା କରିଥିଲେ । ଜଙ୍ଗଲଜାତ ଦ୍ରବ୍ୟ ଟୋଲ ମହୁଲ, ବାଉଁଶ, ଛତୁ ଇତ୍ୟାଦି ସଂଗ୍ରହ କରି ଜୀବିକାନିର୍ବାହ କରୁଥିବା ଯୁକ୍ତି ବାଢିଛନ୍ତି ଗ୍ରାମବାସୀ । ଗୋଚର ଜମି ହୋଇଥିବାରୁ ଆଖପାଖ ଗାଁର ଗାଈ ଗୋରୁ ଏହି ସ୍ଥାନରେ ଚରୁଥିବା ଏବଂ ସତିଗୁଡା ଜଳଭଣ୍ଡାର କଡରେ ହୋଇଥିବାରୁ ଜଳଭଣ୍ଡାର ମାଛ ଧରି ଜୀବିକା ନିର୍ବାହ କରୁଥିବା କହିଛନ୍ତି ଗ୍ରାମବାସୀ। ଆପୋଷ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ନେଇ ଜିଲ୍ଲାପାଳ କହିବାସହ ସ୍ଥାନୀୟ ଲୋକଙ୍କୁ ଶିଳ୍ପ ପାଇଁ ସୁଯୋଗ ଓ ଚାକିରି ପ୍ରଦାନ ଲାଗି ପ୍ରତିଶୃତି ଦେଇଥିଲେ । ପୂର୍ବରୁ ମାଲକାନଗିରି ବ୍ଲକ ଟିଟିବେରି ଠାରେ ମଧ୍ୟ ଏହି ପ୍ରକଳ୍ପ ପାଇଁ ୮୦ ଏକର ସ୍ଥାନ ନିରୁପଣ ହୋଇଥିଲା । ସେଠାରେ ମଧ୍ୟ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ଜମି ଅଧିଗ୍ରହଣ ହୋଇପାରି ନଥିଲା ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande