ଜିଲ୍ଲାସ୍ତରୀୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଇଁ ଆସନ୍ତା କାଲି ଏକତା ପାଇଁ ଗଣଦୌଡ
ବଲାଙ୍ଗିର, 30 ଅକ୍ଟୋବର (ହି.ସ.)“ଭାରତର ଲୌହ ପୁରୁଷ” ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ କୁ ସାରା ରାଜ୍ୟରେ ସର୍ଦ୍ଦାର @ ୧୫୦ ଉତ୍ସବ ଭାବେ ଆୟୋଜନ କରିବେ । ବଲାଙ୍ଗିର ଜିଲ୍ଲାରେ ମହାଆଡମ୍ବର ସହକାରେ ପାଳନ ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷର
ଜିଲ୍ଲାସ୍ତରୀୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ନିମନ୍ତେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ


ଜିଲ୍ଲାସ୍ତରୀୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ନିମନ୍ତେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ


ବଲାଙ୍ଗିର, 30 ଅକ୍ଟୋବର (ହି.ସ.)“ଭାରତର ଲୌହ ପୁରୁଷ” ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ କୁ ସାରା ରାଜ୍ୟରେ ସର୍ଦ୍ଦାର @ ୧୫୦ ଉତ୍ସବ ଭାବେ ଆୟୋଜନ କରିବେ । ବଲାଙ୍ଗିର ଜିଲ୍ଲାରେ ମହାଆଡମ୍ବର ସହକାରେ ପାଳନ ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଠାରେ ଜିଲ୍ଲାପାଳ, ଗୌରୱ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଏବଂ ଅତିରିକ୍ତ ଜିଲ୍ଲାପାଳ ଡାଃ ବିଜୟାନନ୍ଦ ସେଠୀ ଉପସ୍ଥିତ ଥିଲେ ।

ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ଏକତା ପଦଯାତ୍ରା ଆୟୋଜନ କରାଯାଉଛି, ଏଥି ନିମନ୍ତେ ଜିଲ୍ଲା ସ୍ତରୀୟ କୋର କମିଟି ଓ ସବ କମିଟି ଗଠନ କରାଯାଇଛି । ଏହି ଏକତା ପଦଯାତ୍ରା ୩୧ ଅକ୍ଟୋବର ରୁ ୨୫ ନଭେମ୍ବର ମଧ୍ୟରେ ବଲାଙ୍ଗିର ଠାରେ ଆୟୋଜନ କରାଯିବ l ଏହି ପଦଯାତ୍ରାରେ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ଉପସ୍ଥିତରେ ପଦଯାତ୍ରା ଆୟୋଜିତ ହେବ । ଏହି ପଦଯାତ୍ରାର ମୂଳ ଲକ୍ଷ୍ୟ ସମାଜର ସବୁ ବର୍ଗର ଲୋକ ମାନଙ୍କୁ ଏକ ଭାରତ ଆତ୍ମନିର୍ଭର ଭାରତର ବାର୍ତ୍ତା ଦେବା । ଏକତା ପଦଯାତ୍ରା ରେ ଅଂଶଗ୍ରହଣକାରୀ ମାନେ ଆତ୍ମନିର୍ଭର ଭାରତ ଓ ନିଶା ମୁକ୍ତ ସମାଜ ପାଇଁ ଶପଥପାଠ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜିଲ୍ଲା ସ୍ତରରେ କଲେଜ ଓ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସର୍ଦ୍ଦାର ପଟେଲଙ୍କ ଜୀବନୀ ଉପରେ ପ୍ରବନ୍ଧ, ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହେବ l ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଏକ୍ ପେଡ୍ ମା କେ ନାମ୍ କାର୍ଯ୍ୟକ୍ରମ, ସଫେଇ କାର୍ଯ୍ୟକ୍ରମ,ଏକ ଭାରତ-ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ଏହି ଅବସରରେ ଆସନ୍ତାକାଲି ସକାଳ ୦୭.୦୦ ସମୟରେ ଏକତା ପାଇଁ ଗଣଦୌଡ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ଖେଳ ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆଜିର ଏହି ବୈଠକରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande