
କେନ୍ଦୁଝର, ୩୦ ଅକ୍ଟୋବର (ହି.ସ.)- ନଭେମ୍ବର ମାସର ପ୍ରଥମ ସୋମବାର ୩ ତାରିଖରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦରବାର ହଲରେ, ଦ୍ବିତୀୟ ସୋମବାର ୧୦ ତାରିଖରେ ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ, ତୃତୀୟ ସୋମବାର ୧୭ ତାରିଖରେ ହରିଚନ୍ଦନପୁର ବ୍ଲକ କାର୍ଯ୍ୟାଳୟ ଓ ଚତୁର୍ଥ ସୋମବାର ୨୪ ତାରିଖରେ ସାହାରପଡା ବ୍ଲକ କାର୍ଯ୍ୟାଳୟରେ ସମସ୍ତ ଅଭିଯୋଗ ଜନଶୁଣାଣି କାର୍ଯ୍ୟ ପୂର୍ବାହ୍ନ ୧୦ଟା ଠାରୁ ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ ଚାଲୁ ରଖିବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ କାର୍ଯ୍ୟକ୍ରମ ସୂଚନା ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA