ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ :  ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ହେବ ଏକତା ପଦଯାତ୍ରା
କେନ୍ଦୁଝର, 30 ଅକ୍ଟୋବର (ହି.ସ.) କେନ୍ଦୁଝର ଜିଲ୍ଲା ପ୍ରଶାସନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛି, ଯେଉଁଥିରେ ଜାତୀୟ ଏକତା ଦିବସର ଭାବନାକୁ ଉଜ୍ଜ୍ୱଳ କରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ ଏହି ଉତ୍ସ
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ :  ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ହେବ ଏକତା ପଦଯାତ୍ରା


କେନ୍ଦୁଝର, 30 ଅକ୍ଟୋବର (ହି.ସ.)

କେନ୍ଦୁଝର ଜିଲ୍ଲା ପ୍ରଶାସନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛି, ଯେଉଁଥିରେ ଜାତୀୟ ଏକତା ଦିବସର ଭାବନାକୁ ଉଜ୍ଜ୍ୱଳ କରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ ଏହି ଉତ୍ସବ ଅନ୍ତର୍ଗତ କେନ୍ଦୁଝର , ଚମ୍ପୁଆ ଏବଂ ଆନନ୍ଦପୁର ତିନୋଟି ଉପଖଣ୍ଡରେ ଏକତା ପଦଯାତ୍ରା, ଜିଲ୍ଲାସ୍ତରୀୟ ପ୍ରତିଯୋଗିତା, ସ୍ୱଚ୍ଛତା ଅଭିଯାନ, ସାଂସ୍କୃତିକ କଳା ପ୍ରଦର୍ଶନ ଏବଂ ସାଧାରଣ ସମାବେଶ ଅନୁଷ୍ଠିତ ହେବ।

ଏହି ଅବସରରେ ଆସନ୍ତା କାଲି ଜିଲ୍ଲା ମୁଖ୍ୟାଳୟରେ ଏକତା ପଦଯାତ୍ରାର ଶୁଭାରମ୍ଭ କରାଯାଇ ସକାଳୁ ଏକ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ୩୦୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେବାକୁ ଥିବା ବେଳେ ଏହି ଯାତ୍ରା ସହର ପରିକ୍ରମା କରିବ।

ପ୍ରକାଶ ଯେ ଏହି ଏକତା ପଦଯାତ୍ରା ଆସନ୍ତା ନଭେମ୍ବର ମାସ ୧୩ ତାରିଖ କେନ୍ଦୁଝରଠାରେ ଅନୁଷ୍ଠିତ ହେବ ଯାହା ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରୁ ବାହାରି ଧରଣୀଧର ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଯିବ। ୧୮ ତାରିଖରେ ଚମ୍ପୁଆରେ ଚନ୍ଦ୍ରଶେଖର କଲେଜଠାରୁ ଆରମ୍ଭ ହୋଇ ଚମ୍ପୁଆ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ଶେଷ ହେବ ଏବଂ ସେହିପରି ନଭେମ୍ବର ୨୧ ତାରିଖ ଦିନ ଆନନ୍ଦପୁରରେ ଘସିପୁରା ବସଷ୍ଟାଣ୍ଡଠାରୁ ଆରମ୍ଭ ହୋଇ ଆନନ୍ଦପୁର ଟାଉନ ହଲରେ ଶେଷ ହେବ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande