
ଗଂଜାମ, 30 ଅକ୍ଟୋବର (ହି.ସ.)
ବ୍ରହ୍ମପୁରର ପୂର୍ବତନ ମେୟର ତଥା ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡରେ ପୁଲିସ ଦ୍ୱାରା ଗିରଫ ହୋଇ ବ୍ରହ୍ମପୁର କେନ୍ଦ୍ରୀୟ ଜେଲରେ ବନ୍ଦୀ ଥିବା ଶିବଶଙ୍କର ଦାଶଙ୍କୁ ବ୍ରହ୍ମପୁର ଏସଡିଜେଏମ କୋର୍ଟଙ୍କ ଆଦେଶ କ୍ରମେ ଫୁଲବାଣୀ ଜେଲକୁ ସ୍ଥାନାନ୍ତର କରାଯାଇଛି । ବ୍ରହ୍ମପୁର ଜେଲରେ ତାଙ୍କ ସହ ବନ୍ଦୀ ଶତ୍ରୁଙ୍କ ଦ୍ୱାରା ଜୀବନ ପ୍ରତି ବିପଦ ରହିଥିବାରୁ ତାଙ୍କୁ ଫୁଲବାଣୀ ଜେଲକୁ ସ୍ଥାନାନ୍ତର କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ