ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ମନ୍ଦିରରେ ଆର୍ôଥକ ସଙ୍କଟ ଦୈନନ୍ଦିନ ନିତିରେ ବିଭ୍ରାଟ ଆଶଙ୍କା
ବାରିପଦା, ୩୦ ଅକ୍ଟୋବର (ହି.ସ.) - ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଶ୍ରୀ ହରି ବଳଦେବ ଜୀଉ ବିଜେ ମହାପ୍ରଭୁଙ୍କ ମନ୍ଦିର ଆର୍ôଥକ ସଙ୍କଟ ଦେଖାଯାଇଛି। ଯାହାକୁ ନେଇ ଦୈନନ୍ଦିନ ରୀତିନୀତିରେ ବିଭ୍ରାଟ ଆଶଙ୍କା ସୃଷ୍ଟି କରିଛି। ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୁଙ୍କ ରୋଷେଇ ପାଇଁ ଆସୁଥି
Debottar


ବାରିପଦା, ୩୦ ଅକ୍ଟୋବର (ହି.ସ.) - ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଶ୍ରୀ ହରି ବଳଦେବ ଜୀଉ ବିଜେ ମହାପ୍ରଭୁଙ୍କ ମନ୍ଦିର ଆର୍ôଥକ ସଙ୍କଟ ଦେଖାଯାଇଛି। ଯାହାକୁ ନେଇ ଦୈନନ୍ଦିନ ରୀତିନୀତିରେ ବିଭ୍ରାଟ ଆଶଙ୍କା ସୃଷ୍ଟି କରିଛି। ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୁଙ୍କ ରୋଷେଇ ପାଇଁ ଆସୁଥିବା ସାମଗ୍ରୀ ଯୋଗାଣରେ ସମସ୍ୟା ଦେଖାଯାଇଛି। ଯୋଗାଣକାରୀ ଦୋକାନରେ ପ୍ରାୟ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ବକେୟା ଥିବା ବେଳେ ଟଙ୍କା ନ ପାଇ ଆଗାମୀ ଦିନରେ ସାମଗ୍ରୀ ଯୋଗାଇବାକୁ ମନା କରିଦେଇଛି। ଏ ସମ୍ପର୍କରେ ଗୁରୁବାର ସନ୍ଧ୍ୟାରେ ବାରିପଦା ଉପଜିଲ୍ଲାପାଳ ତଥା ଦେବୋତର ନିର୍ବାହୀ ଅଧିକାରୀ ଡଃ ଦୟାସିନ୍ଧୁ ପରିଡାଙ୍କ ସହ ସେବାୟତ ଏବଂ ସ୍ୱେଚ୍ଛାସେବୀ ମାନଙ୍କ ଏକ ଟିମ ଆଲୋଚନା କରିଛନ୍ତି। ବକେୟା ଟଙ୍କା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ବର୍ତମାନ ସୁଦ୍ଧା ପ୍ରାୟ ଦେଢ କୋଟିରୁ ଉର୍ଦ୍ଧ୍ୱ ଶ୍ରୀମନ୍ଦିର ଖର୍ଚ୍ଚ ବାକି ଥିବାରୁ ରାଜ୍ୟ ସରକାରଙ୍କୁ ସହାୟତା ପାଇଁ ଅନୁରୋଧ କରାଯାଇଛି ବୋଲି ସୂଚନା ଦେଇଥିଲେ। ଏଭଳି ଘଟଣାକୁ ସେବାୟତ ମାନେ ନିନ୍ଦା କରିଛନ୍ତି। ଜିଲ୍ଲାରେ ମହାପ୍ରଭୁଙ୍କ ଅନେକ ସମସ୍ୟା ଦେଖାଦେଇଥିବା ବେଳେ ଖୋଦ ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନଙ୍କ ସମେତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସହିତ ବହୁବାର ଆଲୋଚନା କରିଥିଲେ ମଧ୍ୟ କିଛି ସୁଫଳ ମିଳି ପାରୁନାହିଁ। ବିଜେପି ସରକାରଙ୍କ ରାଜ୍ୟରେ ଦେଢ଼ ବର୍ଷ ପୁରିବାକୁ ବସିଛି, କିନ୍ତୁ ମନ୍ଦିର ପାଇଁ ଗୋଟିଏ ଟଙ୍କା ଟିଏ ମଧ୍ୟ ଦେଇ ନାହାନ୍ତି। ମହାପ୍ରଭୁଙ୍କ ଅନେକ ମଠ ମନ୍ଦିର ଥାଉ ଥାଉ ଆଜି ମହାପ୍ରଭୁ କି ଭଳି ଦୁର୍ଦ୍ଦିନରେ କାଳ କାଟୁଛନ୍ତି, ତାହା ଜିଲ୍ଲା ପାଇଁ ଲଜ୍ଜା ବିଷୟ ଅଟେ। ଏହି ଆଲୋଚନାରେ ଭଞସେନା ଅଧ୍ୟକ୍ଷ କଳିଙ୍ଗ କେଶରୀ ଜେନା, ସୁଜିତ କୁମାର ମହାନ୍ତି, କାମେଶ୍ୱର ତ୍ରିପାଠୀଙ୍କ ସମେତ ଅନ୍ୟାନ୍ୟ ସ୍ୱେଛାସେବୀ ମାନେ ଅଂଶଗ୍ରହଣ କରିଛନ୍ତି। ରାଜ୍ୟ ସରକାର ତୁରନ୍ତ ଏ ପ୍ରକାର ସମସ୍ୟାକୁ ଗୁରୁତ୍ୱର ସହ ବିଚାର କରିବାକୁ ସମାଧାନ କରିବାକୁ ନିବେଦନ କରିଛନ୍ତି। ସୂଚନା ଯୋଗ୍ୟ ଯେ, ୧୮୪୯ ଜାନୁଆରୀ ୧ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ଓଡିଶା ପ୍ରେଦେଶ ସହ ମିଶ୍ରଣ ସମୟରେ ତତ୍କାଳୀନ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମହାରାଜା ରାଜ୍ୟରେ ରହିଥିବା ସମସ୍ତ ମଠ ମନ୍ଦିରର ଠାକୁରମାନଙ୍କର ସେବାରେ ଯେପରି କୌଣସି ପ୍ରକାରର ବିଭ୍ରାଟ ନ ଘଟେ ସେଥିନିମନ୍ତେ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରିଯାଇଥିଲେ । କୋଟି କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତି ମଠ ମନ୍ଦିର ନାମରେ ରଖି ଯାଇଥିବା ସମୟରେ ଆଜି ପରିଚାଳନା ଗତ ଅବ୍ୟବସ୍ଥା କାରଣରୁ ମଠ ମନ୍ଦିର ନାମରେ ରହିଥିବା ସମ୍ପତି ହରିଲୁଟ ହୋଇସାରିଛି । ଫଳରେ ଆଜି ଆର୍ôଥକ ଅନାଟନର ସମ୍ମୁଖୀନ ହେବାକୁ ପଡିଛି ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande