
ଜୟପୁର, ୩୦ ଅକ୍ଟୋବର (ହି.ସ.) - ସହରର ବିଶିଷ୍ଟ ବ୍ୟକ୍ତି ସାହିତ୍ୟକ ଗାଳ୍ପିକ ଡ ସୁରେଶ ଦାସଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପରେ ବିଶାଖାପାଟଣାର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ନିଧନ ହୋଇଥିଲା। ସେ ଜଣେ ସାହିତ୍ୟିକ ସହ ବ୍ୟାଙ୍କର ଜଣେ ଅବସର ପ୍ରାପ୍ତ କର୍ମଚାରୀ ଥିଲେ ସେ ସମ୍ବାଦ ସାହିତ୍ୟ ଘରର, ଜୟପୁର ସାହିତ୍ୟ ପରିଷଦର ଜୟପୁର ସିଟିଜେନ କମିଟି ର ଉପଦେଷ୍ଟା ଲଙ୍କେଶ୍ୱରୀ ମନ୍ଦିର କମିଟିର ସଭାପତି ଏବଂ ବିଭିନ୍ନ ଅନୁଷ୍ଠାନ ସହ ଯୋଡ଼ିତ ଥିଲେ ତାଙ୍କ ନିଧନରେ ସହରରେ ଶୋକର ଛାୟା ଖେଳି ଯାଇଛି। ଚମ୍ପା କୁପୁଲି ଶ୍ମଶାନ ଜୟପୁର ଠାରେ ଦାହ ସଂସ୍କାର କରାଯାଇଥିଲା। ଜୟପୁର ସିଟିଜେନ କମିଟି ସଭାପତି ବିନୋଦିନି ସାନ୍ତ୍ରପାତ୍ର ଜି ଭି ରେଡ୍ଡୀ ମିନକେତନ ଦାସ ଜି ଭୀ ରାଓ ସମେତ ସହରରେ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି